କେନ୍ଦ୍ରୀୟ ଏଜେନ୍ସିକୁ ଦୁରୁପଯୋଗ ପ୍ରସଙ୍ଗ: ମୋଦୀଙ୍କ ହାତ ନାହିଁ କହିବାରୁ ମମତାଙ୍କୁ କଂଗ୍ରେସ, ବାମଦଳଙ୍କ ସମାଲୋଚନା

କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଲେ ମମତା

Deccan Herald

କୋଲକାତା : ସିବିଆଇ, ଇଡି ପ୍ରଭୃତି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିବା ପରେ କଂଗ୍ରେସ ଓ ବାମଦଳ ପକ୍ଷରୁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ଭିତରେ ମମତା ବନାର୍ଜୀ ହେଉଛି ‘ଟ୍ରୋଜାନ ହର୍ସ’ (ଗୁପ୍ତ ଶତ୍ରୁ)।

ସୋମବାର ମମତା କହିଥିଲେ- ପ୍ରତିଦିନ ସିବିଆଇ ଓ ଇଡି ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରୁଛନ୍ତି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ କ’ଣ ଏମିତି କାମ କରିବା କଥା? ଏହା ପଛରେ ପ୍ରଧାନମନ୍ତ୍ରୀଙ୍କ ହାତ ଅଛି ବୋଲି ମୁଁ ବିଶ୍ବାସ କରେ ନାହିଁ। ତେବେ କେତେକ ବିଜେପି ନେତାଙ୍କ ହାତ ଏହା ପଛରେ ନିଶ୍ଚୟ ଅଛି।
ମମତା ପୁଣି ଗତ ସେପ୍ଟମ୍ବର ୨ ତାରିଖରେ କହିଥିଲେ ଯେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସମସ୍ତେ ଖରାପ ନୁହନ୍ତି। ସଂଘର ଅନେକ ସଦସ୍ୟ ବି ଗୈରିକ ଦଳକୁ ସମର୍ଥନ କରନ୍ତି ନାହିଁ।

ଅଧୀର ରଞ୍ଜନ କହିଲେ ଯେ ମମତା ମୋଦୀ, ବିଜେପି ଓ ଆର୍‌ଏସ୍‌ଏସ୍‌କୁ ପ୍ରଶଂସା କରିବାରେ ବିଛି ଅସ୍ବାଭାବିକତା ନାହିଁ କାରଣ ତାଙ୍କ ଦଳ ଅତୀତରେ ଏନ୍‌ଡିଏର ଅଂଶ ଥିଲା। ସିପିଆଇ-ଏମ୍ ପକ୍ଷରୁ ବି କୁହାଯାଇଛି ଯେ ମମତାଙ୍କ ବିବୃତି ବିସ୍ମୟଜନକ ନୁହେଁ। ୧୯୯୮ ମସିହାରେ ତୃଣମୂଳ କଂଗ୍ରେସ ଆର୍‌ଏସ୍‌ଏସ୍‌ରୁ ବାହାରିଛି। ଯେଉଁମାନେ ମମତା ଓ ମୋଦୀଙ୍କ ସମ୍ପର୍କ ବିଷୟରେ ଜାଣି ନ ଥିବେ ସେମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe