ଅଜଣା ବ୍ୟକ୍ତିର ଗୁଳିମାଡ଼ରେ ସମାଜବାଦୀ ପାର୍ଟିର ନେତା ମୃତ

Advertisment
ଅଜଣା ବ୍ୟକ୍ତିର ଗୁଳିମାଡ଼ରେ ସମାଜବାଦୀ ପାର୍ଟିର ନେତା ମୃତ

zeenews.india.com

ନୂଆଦିଲ୍ଲୀ:ଉତ୍ତରପ୍ରଦେଶରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିମାଡ଼ରେ ସମାଜବାଦୀ ପାର୍ଟିର ନେତା ବିଜଲୀ ଯାଦବଙ୍କର ରବିବାର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ମାଉ ଜିଲ୍ଳାର ମୁହମ୍ମଦାବାଦ୍‌ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ମିଳିଛି। ରବିବାର ବଡି ଭୋରୁ ଏହି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଯାଦବ ଭୋରୁ ଉଠି ଗାଁ ପଡ଼ିଆ ଆଡ଼େ ଯାଉଥିବା ବେଳେ କେହି ଜଣେ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଁ ଯାଦବଙ୍କର ମୃତ୍ୟୁ ଘଟିଛି। ତାଙ୍କ ବୟସ ୪୦ ବର୍ଷ। ଅଜଣା ଯୁବକ ଜଣକ ଘଟଣା ଘଟାଇବା ପରେ ସ୍ଥାନ ଛାଡ଼ି କେଉଁ ଆଡ଼େ ପଳାଇ ଯାଇଥିବା ସୂଚନା ରହିଛି। ତେବେ ଏହି ହତ୍ୟା କିଏ, କାହିଁକି କରିଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ଲୋକମାନେ ସନ୍ଦେହ କରୁଛନ୍ତି ଯେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ। ଯାଦବ ମାଉ ଜିଲ୍ଳାରେ ଥିବା ଗୋପଗଞ୍ଜ ବ୍ଲକର ବରଜଲା ଶେଖ୍‌ବାଲିଆ ଗ୍ରାମର ବାସିନ୍ଦା ଥିଲେ। ବଡ଼ି ଭୋରୁ ସେ ପଡ଼ିଆକୁ ଯାଉଥିବା ବେଳେ ବାଇକ୍‌ ଯୋଗେ ଜଣେ ଅଜଣା ଯୁବକ ଆସି ତାଙ୍କୁ ହତ୍ୟା କରି ଦେଇ ଚାଲିଯିବା ପରେ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରିଛି। ମୃତଦେହ ଜବତ କରିବା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣାରେ ହାତ ଥିବା ବ୍ୟକ୍ତି ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe