ଧରାପଡ଼ିଲେ ପୁଲିସକୁ ଚଖମା ଦେଇ ଚୋରି କରୁଥିବା ଯାଆଁଳା ଭାଇ

Advertisment

ମଧ୍ୟପ୍ରଦେଶର ମାଉଗଞ୍ଜ ପୁଲିସ ଚୋରିର ଏକ ଘଟଣାର ଫର୍ଦ୍ଦାଫାଶ କରି ଯାଆଁଳା ଚୋରଙ୍କୁ ଗିରଫ କରିଛି। ପୁଲିସକୁ ଦ୍ବନ୍ଦ୍ବରେ ପକାଇବା ପାଇଁ ଜଣେ ଚୋରି କରୁଥିବା ବେଳେ ଆଉଜଣେ ସିସିଟିଭି ସାମ୍ନାରେ ଘୁରି ବୁଲୁଥାଏ।

ମଧ୍ୟପ୍ରଦେଶର ମାଉଗଞ୍ଜ ପୁଲିସ ଚୋରିର ଏକ ଘଟଣାର ଫର୍ଦ୍ଦାଫାଶ କରି ଯାଆଁଳା ଚୋରଙ୍କୁ ଗିରଫ କରିଛି। ପୁଲିସକୁ ଦ୍ବନ୍ଦ୍ବରେ ପକାଇବା ପାଇଁ ଜଣେ ଚୋରି କରୁଥିବା ବେଳେ ଆଉଜଣେ ସିସିଟିଭି ସାମ୍ନାରେ ଘୁରି ବୁଲୁଥାଏ।

୧।୨


ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମାଉଗଞ୍ଜ ପୁଲିସ ଚୋରିର ଏକ ଘଟଣାର ଫର୍ଦ୍ଦାଫାଶ କରିଛି। ଏହି ଚୋରି ଘଟଣାରେ ସାମିଲ ଥିବା ତିନିଜଣ ଚୋରଙ୍କୁ ଗିରଫ କରିବା ପାଇଁ ପୁଲିସ ଅନେକ ଦିନ ହେବ ଖୋଜୁଥିଲା। ଶେଷରେ ପୁଲିସ ଏହି ତିନିଜଣ ଚୋରଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ତିନିଜଣ ଚୋରଙ୍କ ମଧ୍ୟରୁ ଦୁଇଜଣ ହେଉଛନ୍ତି ଯାଆଁଳା ଭାଇ।

ଏସପି ରସନା ଠାକୁର କହିଛନ୍ତି, ‘ତିନିଜଣ ଚୋରଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଚୋରଙ୍କ ନାମ ରବିଶଙ୍କର ବିଶ୍ବକର୍ମା, ଜଗନ୍ନାଥ କେବଟ ଓ ସୌରଭ ବର୍ମା। ସୌରଭଙ୍କ ଯାଆଁଳା ଭାଇ ହେଉଛନ୍ତି ସଞ୍ଜୀବ ବର୍ମା। ସୌରଭ ଓ ସଞ୍ଜୀବ ଯାଆଁଳା ହୋଇଥିବାରୁ ଦେଖିବାକୁ ଏକାଭଳି।

ଅଧିକପଢ଼ନ୍ତୁ:ସ୍ବାମୀ ରିଲ୍ସ ପାଇଁ ମନା କରିବାରୁ ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଦେଲେ ସ୍ତ୍ରୀ

ସୌରଭ ଯେତେବେଳେ ବି ତାର ସାଥୀଙ୍କୁ ଧରି ଚୋରି କରିବା ପାଇଁ ବାହାରିଥାଏ ମୁଖ୍ୟ ଭୂମିକା ନିଭାଇଥାଏ ତାର ଭାଇ ସଞ୍ଜୀବ ବର୍ମା। ସୌରଭ ଯେଉଁସ୍ଥାନରେ ଚୋରି କରେ ତାରଆଖ ପାଖସ୍ଥାନରେ ଲାଗିଥିବା ସିସିଟିଭି ସାମ୍ନାରେ ସଞ୍ଜୀବ ବୁଲୁଥାଏ।

ଅଧିକପଢ଼ନ୍ତୁ:ଓଡ଼ିଶାରେ ଓଲଟିଲା ଆନ୍ଧ୍ରପ୍ରଦେଶରେ ୨ଟି ଯାତ୍ରୀବାହୀ ଅଟୋ; ୧୫ ଆହତ

କାରଣ ପୁଲିସ ଯେତେବେଳେ ସିସିଟିଭି ଫୁଟେଜ ଯାଞ୍ଚ କରିଥାଏ ଦ୍ବନ୍ଦ୍ବରେ ପଡ଼ିଯାଇଥାଏ କି ଧରାପଡ଼ିଥିବା ଚୋର ତ ସିସିଟିଭି ସାମ୍ନାରେ ବୁଲୁଛି ତେବେ ସେ ଚୋରି ଘଟଣାରେ ସମ୍ପୃକ୍ତ ନାହିଁ। ଏମିତି ଅନେକ ଚୋରି ଘଟଣାରେ ସୌରଭ ଧରାପଡ଼ିଥିବା ବେଳେ ସିସିଟିଭିକୁ ଆଧାର କରି ପୁଲିସ ଛାଡ଼ି ଦେଇଥାଏ।   ଅନେକ ତଦନ୍ତ ପରେ ପୁଲିସ ଯାଆଁଳା ଭାଇଙ୍କ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe