ଲକ୍‌ଡାଉନ୍‌ ସମୟରେ ତବଲିଗି ସଦସ୍ୟଙ୍କୁ ପଳାଇବାରେ ସାହାଯ୍ୟ କରିଥିବା ମୌଲାନା ସର୍‌ୱର୍‌ ପୁଲିସ ଜେରା

Advertisment
ଲକ୍‌ଡାଉନ୍‌ ସମୟରେ ତବଲିଗି ସଦସ୍ୟଙ୍କୁ ପଳାଇବାରେ ସାହାଯ୍ୟ କରିଥିବା ମୌଲାନା ସର୍‌ୱର୍‌ ପୁଲିସ ଜେରା

Image Source: Zee News

ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍‌ଡାଉନ୍‌ ସମୟରେ ମସ୍‌ଜିଦ୍‌ ମଧ୍ୟରୁ ତବଲିଗି ଜମାତ୍ ସଦସ୍ୟମାନଙ୍କୁ ପଳାଇ ଯିବାରେ ସାହାଯ୍ୟ କରିଥିବା ମୌଲାନା ଗୁଲାମ୍ ସର୍‌ୱର୍‌ଙ୍କୁ ଶୁକ୍ରବାର ଦିନ ଦିଲ୍ଲୀ ପୁଲିସ ଜେରା କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ଜାମିଆ ନଗର ଥାନାରେ ୯ ଘଣ୍ଟାରୁ ଅଧିକ ସମୟ ଧରି ଏକ ପୁଲିସ ଟିମ୍ ମୌଲାନା ଗୁଲାମ୍ ସର୍‌ୱାର୍‌ଙ୍କୁ ଜେରା କରିଥିଲା। ମୌଲାନା ସେମାନଙ୍କୁ ସହଯୋଗ କରୁ ନାହାନ୍ତି ଏବଂ ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗ ସଂକ୍ରାନ୍ତରେ ଠିକ୍ ଉତ୍ତର ଦେଉନାହାନ୍ତି ବୋଲି ପୁଲିସ କହିଛି। ଆବଶ୍ୟକ ହେଲେତାଙ୍କୁ ପୁଣି ଥାନାକୁ ଡକାଯିବ ବୋଲି ପୁଲିସ କହିଛି।

ଜେରା ପରେ ଥାନାରୁ ବାହାରୁଥିବା ମୌଲାନାଙ୍କୁ ପଚରାଯାଇଥିଲା କି, ସେ ଗଣମାଧ୍ୟମ ପାସ୍‌ର ଅପବ୍ୟବହାର କରି ପୁଲିସ କବଳରୁ ଜମାତ୍ ସଦସ୍ୟଙ୍କୁ ସ୍ଥାନାନ୍ତର କରିଛନ୍ତି କି? ଏହାର ଜବାବ ସେ ଅଦାଲତରେ ଦେବେ ବୋଲି କହିଛନ୍ତି।

ଦିଲ୍ଲୀ ମସ୍‌ଜିଦ୍‌ରେ ଆତ୍ମଗୋପନ କରିଥିବା ଅନ୍ୟୂନ ୧୫ଜଣ ତବଲିଗି ଜମାତ ସଦସ୍ୟଙ୍କୁ ସେ ଖସି ଯିବାରେ ସହାୟକ ହୋଇଥିଲେ ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe