ଦିଲ୍ଲୀରେ ଧରା ପଡ଼ିଲେ ମୌଲାନା ସାଦ୍‌! କ୍ବାରାଣ୍ଟିନ୍‌ ଶେ‌ଷ ପରେ ପୁଲିସ ଜେରା କରିବ

Advertisment
ବେଆଇନ ଅର୍ଥ କାରବାର ସଂଦେହ, ତବଲିଗି ଜମାତ ବିରୁଦ୍ଧରେ ମାମଲା ରୁଜ୍ଜୁ କଲା ଇଡି

Maa Hyderabad

ନୂଆଦିଲ୍ଲୀ : ନିଜାମୁଦ୍ଦିନ୍‌ ମରକଜ୍‌ ମୁଖ୍ୟ ମୌଲାନା ସାଦ୍‌ ଦିଲ୍ଲୀର ଜାକିର ନଗର ଅଞ୍ଚଳରେ ଥିବା ଜଣାପଡ଼ିଛି। ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ମୌଲାନା ସାଦ୍‌ଙ୍କୁ ଚିହ୍ନଟ କରାଯାଇଛି । ମୌଲାନା ଏବେ ସେଲ୍ଫ କାରାଣ୍ଟିନ୍‌ରେ ଅଛନ୍ତି। ତାଙ୍କ କ୍ବାରାଣ୍ଟିନ୍‌ ସମୟ ଶେଷ ହେବାପରେ ପୁଲିସ ତାଙ୍କୁ ଜେରା କରିବ। ତେବେ ମୌଲାନାଙ୍କୁ ଜେରା କରିବାପରେ ସେ ଗିରଫ ହେବେ କି ନା' ତାହା ସ୍ପଷ୍ଟ ହେବ। ଦିଲ୍ଲୀର ନିଜାମୁଦ୍ଦିନ୍‌ ମରକଜ୍‌ ମୁଖ୍ୟ ମୌଲାନା ସାଦ୍‌ ଏକ ବିଶାଳ ଧାର୍ମିକ ସମ୍ମିଳନୀର ଆୟୋଜନ କରିଥିଲେ। ଦେଶ ବିଦେଶରୁ ପ୍ରାୟ ୧୦,୦୦୦ରୁ ଅଧିକ ଲୋକ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ନିଜାମୁଦ୍ଦିନ୍‌ ସମ୍ମିଳନୀ ପାଇଁ ଦେଶରେ କ‌ରୋନା ମାମଲା ଦ୍ରୁତ ଗତିରେ ବଢ଼ିଚାଲିଲା। ନିଜାମୁଦ୍ଦିନ୍‌ ଫେରନ୍ତା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୨୫,୦୦୦ ଲୋକ ଏବେ କ୍ବାରାଣ୍ଟିନ୍‌‌ରେ ଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe