ଉତ୍ତରପ୍ରଦେଶ: ମୌଲାନାଙ୍କ ପୁତ୍ରବଧୂ ବିଜେପିରେ ସାମିଲ

Advertisment
ଉତ୍ତରପ୍ରଦେଶ: ମୌଲାନାଙ୍କ ପୁତ୍ରବଧୂ ବିଜେପିରେ ସାମିଲ

ଲକ୍ଷ୍ନୌ: ଉତ୍ତପରପ୍ରଦେଶ ନିର୍ବାଚନରେ ନେତାମାନଙ୍କ ଦଳବଦଳ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲୁ ରହିଛି। ରବିବାର ଦିନ ବିଜେପିର ଲକ୍ଷ୍ନୌ ଅଫିସରେ ବରେଲିର ମୌଲାନା ତୌକିର ରଜାଙ୍କ

ପୁତ୍ରବଧୂ ନିଦା ଖାନ ବିଜେପିରେ ସାମିଲ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ନିଦା ଖାନ କହିଛନ୍ତି, ସେ ନିଜେ ତିନି ତଲାକ୍ ଦ୍ଵାରା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ମୋଦୀ ସରକାର ତିନି ତଲାକ ଆଇନ୍ ନେଇକି ଆସିଥିଲେ। ଏହା ମୋ ଜୀବନର ସୀମାରେଖାକୁ ବଦଳାଇ ଦେଇଥିଲା। ସେହି ଦିନ ଠାରୁ ମୁଁ ବିଜେପିର କାମ ଦ୍ଵାରା ପ୍ରଭାବିତ ହୋଇଛି। ସେଥିପାଇଁ ମୁଁ ବିଜେପିରେ ସାମିଲ ହେଲି।

ନିଦା କହିଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସହ ଅନ୍ୟାୟ ହୋଇ ଆସିଛି। ଏବେ ତାଙ୍କୁ ଆଉ କାହା ଉପରେ ବିଶ୍ଵାସ ନାହିଁ, କେବଳ ବିଜେପି ଉପରେ ଭରସା ଅଛି। ବିଜେପିରେ ସାମଲ ହୋଇ ମୁଁ ନ୍ୟାୟ ପାଇଁ ଲଢିବି।
ହଜରତ ବରେଲି ଶରିଫର ମୌଲାନ ତୌକିର୍ ରଜା ଖାନ୍ ଅନେକ ସମୟରେ ବିବାଦକୁ ଆସିଥାନ୍ତି। ବାଟଲା ହାଉସ୍ ଏନକାଉଣ୍ଟରରେ ମରିଥିବା ଆତଙ୍କବାଦୀମାନଙ୍କୁ ସେ ସହିଦର ଆଖ୍ୟା ଦେଇଥିଲେ। ସେ ଥରେ ଟିଭିର ନ୍ୟଜ୍ ଆଙ୍କରଙ୍କୁ ଧମକ ମଧ୍ୟ ଦେଇଥିଲେ। ଏହା ସହିତ ତାଙ୍କ ବୋହୁ ନିଦା ଖାନ୍ ମଧ୍ୟ ତାଙ୍କ ଉପରେ ଅନେକ ଗୁରୁତର ଅଭିଯୋଗ କରିଛନ୍ତି।

ତୌକିର୍ ରଜା ଖାନଙ୍କ ପୁଅ ଶ୍ରୀରାନ୍ ରଜା ଖାନଙ୍କ ସହିତ ନିଦା ଖାନଙ୍କ ବିବାହ ହୋଇଥିଲା। ବିବାହର ଗୋଟିଏ ବର୍ଷରେ ହିଁ ନିଦା ଖାନଙ୍କ ବିବାହ ବିଛ୍ଛେଦ ହୋଇଥିଲା। ଏହି ମାମଲା ତିନି ତଲାକର ଥିଲା। ତେଣୁ ନିଦା ଖାନ୍ ମଧ୍ୟ ଏଥିପାଇଁ ଅନେକ ଦିନ ଲଢିଥିଲେ। ତେବେ ତାଙ୍କ ମାମଲା ଏବେ ବି ଅଦାଲତରେ ଚାଲୁ ରହିଛି।

ନିଦା ଖାନ୍ ପୁଣି କହିଛନ୍ତି ବାହାଘର ପରେ ଯେତେବେଳେ ତାଙ୍କ ପ୍ରତି ଅନ୍ୟାୟ ହୋଇଥିଲା ସେତେବେଳେ ତୌକିର୍ ରଜା ଏହାର ଆପତ୍ତି କରି ନଥିଲେ। ସେ କହିଛନ୍ତି ଏବେ ତୌକିର୍ ରଜା ପ୍ରିୟଙ୍କା ଗାନ୍ଧିଙ୍କ ‘ଲଡ୍କି ହୁଁ, ଲଢ୍ ସକତି ହୁଁ’(‘ମୁଁ ଝିଅ ଅଟେ,ମୁଁ ଲଢି ପାରିବି‘) ସ୍ଲୋଗାନକୁ ସମର୍ଥନ କରୁଛନ୍ତି। ତୌକିର୍ ରଜା ନିଜ ଘରର ମହିଳାମାନଙ୍କୁ ନିର୍ଯ୍ୟାତନା ଦିଅନ୍ତି। ପଢୁଥିବା ଝିଅମାନଙ୍କୁ କଲେଜରୁ ଉଠାଇ ନିଅନ୍ତି। ପୁଣି ପ୍ରିୟଙ୍କା ଗାନ୍ଧିଙ୍କ ଭାଇ ହୋଇ ତାଙ୍କ ରକ୍ଷାକର୍ତ୍ତା ବୋଲି ଦାବି କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe