Image Courtesy of Adeola Fayehun
ନୂଆଦିଲ୍ଲୀ: ମରିସସ୍ର ରାଷ୍ଟ୍ରପତି ଅମୀନା ଗୁରିବ-ଫାକିମ ଆସନ୍ତା ସପ୍ତାହରେ ଇସ୍ତଫା ଦେବେ ବୋଲି ଶୁକ୍ରବାର ଦିନ ସେଠାକାର ପ୍ରଧାନମନ୍ତ୍ରୀ କହିଛନ୍ତି। ଏକ ଆର୍ନ୍ତଜାତିକ ଏନ୍ଜିଓ ପ୍ରଦତ୍ତ କ୍ରେଡିଟ୍ କାର୍ଡ ବ୍ୟବହାର କରି ସେ ଲୁଗାପଟା ଓ ଗହଣା କିଣିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗ୍ନାଉଥ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଗୁରିବ-ଫକିମ୍ ଦେଶର ୫୦ତମ ବାର୍ଷିକୀ ପାଳନ ପରେ ଅର୍ଥାତ୍ ମାର୍ଚ ୧୨ ତାରିଖ ପରେ ଇସ୍ତଫା ଦେବେ।
କ୍ରେଡିଟ୍ କାର୍ଡ ଖର୍ଚ୍ଚ ଜନିତ ବିବାଦ ସମ୍ପର୍କରେ ସେ କୌଣସି ମତାମତ ଦେଇ ନ ଥିଲେ କିନ୍ତୁ, ପୂର୍ବରୁ ସେ କହିଥିଲେ ଯେ ସମସ୍ତେ ନିଜ ଦାୟିତ୍ୱ ବହନ କରିବା ଉଚିତ।
ରସାୟନ ବିଜ୍ଞାନ ପ୍ରଫେସର୍ ଗୁରିବ-ଫାକିମ ସେ ଦ୍ୱୀପଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ୨୦୧୫ରେ ନିଯୁକ୍ତ ହୋଇଥିଲେ। ସେ କୌଣସି ଅନିୟମିତତା କରି ନାହାନ୍ତି ଏବଂ ଖର୍ଚ୍ଚ କରିଥିବା ଅର୍ଥ ଫେରାଇ ଦେଇଛନ୍ତି।
ସ୍ଥାନୀୟ ଏକ ଖବରକାଗଜରେ ପ୍ରକାଶ ପାଇଥିଲା କି, ପ୍ଲାନେଟ୍ ଆର୍ଥ ଇନ୍ଷ୍ଟିଚ୍ୟୁଟ୍ ଦେଇଥିବା କ୍ରେଡିଟ୍ କାର୍ଡ ବ୍ୟବହାର କରି ରାଷ୍ଟ୍ରପତି ଇଟାଲି ଏବଂ ଦୁବାଇରେ କିଣାକିଣି କରିଥିଲେ। ସ୍କୋଲାର୍ସିପ୍ ପ୍ରଦାନ କରି ଉକ୍ତ ସଂସ୍ଥା ଶିକ୍ଷାକୁ ସହାୟତା କରେ। ଏଥିରେ ରାଷ୍ଟ୍ରପତି ଜଣେ ଅଣବେତନଭୋଗୀ ନିର୍ଦେଶକ ଅଟନ୍ତି। ରାଷ୍ଟ୍ରପତିଙ୍କ ନାଁ’ରେ କରାଯାଇଥିବା ଏକ ଡକ୍ଟରେଟ୍ କାର୍ଯ୍ୟକ୍ରମ ପାଇଁ କାର୍ଡଟି ଜାରି କରାଯାଇଥିଲା।
Follow Us