ଭାରତର ପ୍ରସ୍ତାବକୁ ଗ୍ରହଣ କରି ମେ’ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ଘୋଷଣା କଲା ଜାତିସଂଘ

Advertisment
ଭାରତର ପ୍ରସ୍ତାବକୁ ଗ୍ରହଣ କରି ମେ’ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ଘୋଷଣା କଲା ଜାତିସଂଘ

Times of India

ନୂଆଦିଲ୍ଲୀ: ଭାରତର ପ୍ରସ୍ତାବକୁ ଗ୍ରହଣ କରିଛି ଜାତିସଂଘ। ମେ‘ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରାଯାଉ ବୋଲି ଭାରତ ଜାତିସଂଘରେ ପ୍ରସ୍ତାବ ରଖିଥିଲା। ଏବେ ଏହାକୁ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଗ୍ରହଣ କରାଯାଇ ମେ‘ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ଘୋଷଣା କରାଯାଇଛି। ପ୍ରାପ୍ତ ସୂଚନା ମୁତାବକ, ଭାରତ ୪ବର୍ଷ ତଳେ ଏଭଳି ପ୍ରସ୍ତାବ ରଖିଥିଲା। ମିଲାନରେ ହୋଇଥିବା ଅନ୍ତର୍ଜାତୀୟ ଖାଦ୍ୟ ଓ କୃଷି ସଂଗଠନର 'ଇଣ୍ଟର ଗର୍ଭନମେଣ୍ଟାଲ ଗ୍ରୁପ'ର ବୈଠକରେ ଏହି ପ୍ରସ୍ତାବ ରଖିଥିଲା ଭାରତ।

ମିଳିତ ଜାତିସଂଘର ସାଧାରଣ ଅଧିବେଶନ ପକ୍ଷରୁ ଜାରି କରାଯାଇଥିବା ଅଧିସୂଚନାରେ ଲେଖାଯାଇଛି କି, ‌ପ୍ରତି ଦେଶ, ପ୍ରତି ରାଜ୍ୟ ଓ ପ୍ରତି ଜିଲ୍ଲାର ଲୋକେ ମେ‘ ୨୧କୁ ଅନ୍ତର୍ଜାତୀୟ ଚା’ ଦିବସ ଭାବେ ପାଳନ କରନ୍ତୁ। ଏହି ଦିନ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରି ଚା’ କିଭଳି ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଉଛି, ତାହା ଜଣାନ୍ତୁ। ବିଶ୍ବର ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ଚା’ର ଯେଉଁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି, ତାହା ସାରା ଦୁନିଆକୁ ଜଣାଇବା ପାଇଁ ଏହି ଘୋଷଣା କରାଯାଇଛି।

Image result for tea Wikipedia

ସୂଚନା ମୁତାବକ, ଏବେ ଚା’ ଉତ୍ପାଦନ କରୁଥିବା ଦେଶ, ଭାରତ, ବାଂଲାଦେଶ, ଇଣ୍ଡୋନେସିଆ, ଶ୍ରୀଲଙ୍କା, ତଞ୍ଜାନିଆ ବ୍ୟତୀତ ଆହୁରି ଅନେକ ଦେଶ ଡିସେମ୍ବର ୧୫କୁ ଚା’ ଦିବସ ପାଳନ କରୁଥିଲେ। କିନ୍ତୁ ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପାଳନ କରିବା ପାଇଁ ଭାରତ ପ୍ରସ୍ତାବ ଦେବା ପରେ ଏହାକୁ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଗ୍ରହଣ କରାଯାଇଛି। ମେ’ ମାସରେ ଚା’ର ଉତ୍ପାଦନ ଭଲ ହେଉଥିବାରୁ ଏହି ମାସକୁ ଅନ୍ତର୍ଜାତୀୟ ଚା’ ଦିବସ  ପାଇଁ ଭାରତ ବାଛିଥିବା ଜଣା ପଡ଼ିଛି।

ତେବେ ଏହା ପୂର୍ବରୁ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ଘୋଷଣା କରିବା ପାଇଁ ଭାରତର ପ୍ରସ୍ତାବକୁ ମଧ୍ୟ ଗ୍ରହଣ କରିଥିଲା ଜାତିସଂଘ। ଏବଂ ୨୦୧୫ ଠାରୁ ଜୁନ୍ ୨୧କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ବିଶ୍ବରେ ପାଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe