ଭାରତରେ କୋଭିଡ୍–୧୯ କାୟା: ମେ ୨୪ ବେଳକୁ ସ୍ଥିତି ସ୍ପଷ୍ଟ ହେବ

Advertisment
ଆସିଲା ୯୧-୧୦୨ ସଂକ୍ରମିତଙ୍କ ଜଣଙ୍କ ଯାତ୍ରା ଇତିହାସ

image source-long island press

ନୂଆଦିଲ୍ଲୀ : ଦେଶରେ ଜାରି ରହିଥିବା ଲକ୍‌ଡାଉନ୍ ସ୍ଥିତି ଆସନ୍ତା ୩ ତାରିଖରେ ସରିବାକୁ ଥିବା ବେଳେ ଏହାକୁ ପୁଣି ସମ୍ପ୍ରସାରଣ କରାଯିବ କି ନାହିଁ ତାହା ଜଣାପଡି଼ନାହିାଁ ତେବେ କମ୍ ସଂକ୍ରମିତ ହୋଇଥିବା କିଛି ରାଜ୍ୟ ଜନସାଧାରଣଙ୍କ ସ୍ବାଭାବିକ ଜୀବନଯାତ୍ରା ଚାଲୁ କରିବା ଉପରେ ଗୁରୁତ୍ବ ଦେଉଥିବା ବେଳେ ମାତ୍ରାଧିକ ସଂକ୍ରମିତ ହୋଇଥିବା ରାଜ୍ୟମାନେ ଜାରି ରହିଥିବା ସ୍ଥିିତି ବଜାୟ ରଖିବା ସପକ୍ଷରେ ଅଛନ୍ତିା ତେବେ ଦେଶରେ ଏହି କରୋନା ଲୀଳାର କେବେ ଉପସଂହାର ହେବ ସେ ସମ୍ପର୍କରେ ସେମିତି କିଛି ଧାର୍ଯ୍ୟ ଆକଳନ ସ୍ପଷ୍ଟ କରାଯାଇପାରୁନାହିାଁ ତେବେ ଏ ପରିପ୍ରେକ୍ଷୀରେ ସିଙ୍ଗାପୁରର ଏକ ତଥ୍ୟଭିତ୍ତିକ ପରୀକ୍ଷାଗାର ଆକଳନ କରି କହିଛି ଯେ ଆସନ୍ତା ମେ ୨୪ ତାରିଖ ହେଉଛି ଭାରତରେ କରୋନା ସଂକ୍ରମଣର ପ୍ରାୟ ଶେଷ ଦିନ ତାହା ଅର୍ଥ ନୁହେଁ, ମେ ୨୪ ପରଠାରୁ ଆଉ ଦେଶରେ କରୋନାର ଛାପ ଦେଖିବାକୁ ମିଳିବନିା ବରଂ ସେହି ସମୟ ବେଳକୁ ଭାରତରେ ଯେତିକି ସଂକ୍ରମିତ ହେବା କଥା ତାହାର ୯୭ ପ୍ରତିଶତ ସାମନାକୁ ଆସି ସାରିଥିବ ବୋଲି ଅନୁମାନ ଲଗାଯାଇଛିା

ଅପରପକ୍ଷେ, ଦେଶବାସୀ ଏଥିରେ ବେଶୀ ଆଶାବାଦୀ ବା ଉତ୍ସାହିତ ହୋଇ କରୋନା ମୁକାବିଲା ପ୍ରକ୍ରିୟାକୁ ଭୁଲିଯିବାଟା ଆହୁରି ବିପଦପୂର୍ଣ୍ଣ ହେବ ବୋଲି ଉକ୍ତ ପରୀକ୍ଷାଗାର ମଧ୍ୟ ସତର୍କ କରାଇଦେଇଛିା ଉକ୍ତ ସିଙ୍ଗାପୁର ପରୀକ୍ଷାଗାର ପକ୍ଷରୁ ମିଳିଥିବା ଆହୁରି ସବିଶେଷ ତଥ୍ୟ ଅନୁଯାୟୀ, ମେ ୨୪ ତାରିଖ ହେଉଛି ଭାରତରେ କରୋନା ଉପଦ୍ରବର ଆରମ୍ଭ ହେଉଥିବା ସବୁଜ ନକ୍ସା କେବଳ। ଅର୍ଥାତ୍ ତାହା ପରଠାରୁ ଆଉ ପୂର୍ବପରି ସଂକ୍ରମଣର ବ୍ୟାପକତା ରହିବନି ଏବଂ ତାହା ପରଠାରୁ ସେଥିରେ ଉଲ୍ଲେଖନୀୟ ହ୍ରାସ ଘଟିବ। ସେହିପରି ଜୁନ୍ ୨୦ ବେଳକୁ ଦେଶରେ ୯୯ ପ୍ରତିଶତ କରୋନା ସଂକ୍ରମିତ ଜଣାପଡ଼ିଥିବେ ଏବଂ ଅଗଷ୍ଟ ପହିଲା ସୁଦ୍ଧା ଆଶା କରାଯାଉଥିବା କରୋନା ସଂକ୍ରମିତଙ୍କ ଶତ ପ୍ରତିଶତ ଛାପ ପଦାକୁ ଆସିଯିବ ବୋଲି ଉକ୍ତ ତଥ୍ୟରୁ ଜଣାଯାଇଛିା ସେହିପରି ଆମେରିକା ପାଇଁ କରୋନା ସଂକ୍ରମଣ ସବୁଜ ନକ୍ସାର ଆରମ୍ଭ ମେ ୧୪ ତାରିଖ ହୋଇଥିବା ବେଳେ ସେପ୍ଟେମ୍ବର ୪ ସୁଦ୍ଧା ଏହାର ଶତପ୍ରତିଶତ ସଂକ୍ରମିତ ସ୍ପଷ୍ଟ ହୋଇସାରିଥିବେ।

ଅପରପକ୍ଷେ, ଇଟାଲି, ସ୍ପେନ୍ ଓ ସଂଯୁକ୍ତ ରାଜ୍ୟ(ୟୁକେ) ପାଇଁ ଯଥାକ୍ରମେ ମେ ୮, ମେ ୧ ଓ ମେ ୧୬ ହେଉଛି ସେହି ସବୁ ଦେଶରେ ସଂକ୍ରମଣ ସବୁଜ ନକ୍ସାର ଆରମ୍ଭ ବୋଲି ଏଥିରେ ଦର୍ଶାଯାଇଛିା ସର୍ବୋପରି ସାରା ବିଶ୍ବ ଦୃଶ୍ୟପଟ ବିଚାରକୁ ନେଲେ ମେ ୨୯ରେ ୯୭%, ଜୁନ୍ ୧୬ରେ ୯୯% ଏବଂ ନଭେମ୍ବର ୨୬ ବେଳକୁ ଶତ ପ୍ରତିଶତ ମାମଲା ସାମନାକୁ ଆସିସାରିଥିବ ବୋଲି ଉକ୍ତ ପରୀକ୍ଷାଗାର ଅନୁମାନ କରିଛିା ତେବେ ପ୍ରତ୍ୟେକ ଅନୁମାନ ହିଁ ଅନିଶ୍ଚିତ ବୋଲି ଉକ୍ତ ପରୀକ୍ଷାଗାର ଉଲ୍ଲେଖ କରିବା ସହ କେବଳ ଶିକ୍ଷା ଏବଂ ଗବେଷଣା ପାଇଁ ଏହା ଉଦ୍ଦିଷ୍ଟ ବୋଲି ସ୍ପଷ୍ଟ କରିଛିା ତେବେ ପାଠକମାନେ ଏହାକୁ ସାବଧାନତାର ସହ ବ୍ୟବହାର କରିବାକୁ ସତର୍କ କରାଇ ଦିଆଯାଇଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe