ବିଜେପିକୁ ଚରମବାଣୀ ଶୁଣାଇଲା ଶିବସେନା; କହିଲା କଂଗ୍ରେସ ଓ ଏନ୍‌ସିପି ସମର୍ଥନରେ ମହାରାଷ୍ଟ୍ରରେ ଗଢ଼ିବ ନୂତନ ସରକାର

Advertisment
ବିଜେପିକୁ ଚରମବାଣୀ ଶୁଣାଇଲା ଶିବସେନା; କହିଲା କଂଗ୍ରେସ ଓ ଏନ୍‌ସିପି ସମର୍ଥନରେ ମହାରାଷ୍ଟ୍ରରେ ଗଢ଼ିବ ନୂତନ ସରକାର

Inshorts

ମୁମ୍ୱାଇ: ମହାରାଷ୍ଟ୍ରରେ ନୂତନ ସରକାର ଗଠନକୁ କେନ୍ଦ୍ରକରି ବିଜେପି ଓ ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ବିଜେପି ତା’ ନିଜ ଫର୍ମୂଲାରେ ସରକାର ଗଠନ ପାଇଁ ଜିଦ୍‌ ଧରି ବସିଥିବା ବେଳେ ସହଯୋଗୀ ଶିବସେନା ନିଜର ୫୦-୫୦ ଫର୍ମୂଲାରେ ସରକାର ଗଠନ ପାଇଁ କରିଥିବା ଦାବିରେ ଏବେ ବି ଅଟଳ ରହିଛି। ଆଜି ଶିବସେନା ପୁଣିଥ‌େର ମୁଖ୍ୟମନ୍ତ୍ରୀ ଚୌକି ପାଇଁ ନିଜର ଦାବିକୁ ହୋହରାଇବା ସହ ଯଦି ବିଜେପି ଏଥିରେ ଅରାଜି ହୁଏ ତେବେ କଂଗ୍ରେସ ଓ ଏନ୍‌ସିପି ସମର୍ଥନରେ ରାଜ୍ୟରେ ସରକାର ଗଢ଼ିବ ଓ ଏଥିପାଇଁ ଆବଶ୍ୟକ ଥିବା ସଂଖ୍ୟା ଓ ସମର୍ଥନ ତା’ ନିକଟରେ ରହିଛି ବୋଲି ବିଜେପିକୁ ଚରମବାଣୀ ଶୁଣାଇଛି। ଶିବସେନା ନେତା ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି ଶବିସେନାର ମୁଖପାତ୍ର ତଥା ସାଂସଦ ସଞ୍ଜୟ ରାଉତ।

publive-image News Nation

ସେ କହିଛନ୍ତି, ଶିବସେନା ସପକ୍ଷରେ ଏବେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ଏହି ସଂଖ୍ୟା ଅନ୍ୟାନ୍ୟ ଦଳ ଏବଂ ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ୧୭୫ ହେବ। ଉଲ୍ଲେଖଯୋଗ୍ୟ, ଶିବସେନା ପାଖରେ ୫୬ ବିଧାୟକ ରହିଛନ୍ତି। ଏଥିସହ କଂଗ୍ରେସର ୪୪ ଓ ଏନସିପିର ୫୪ ବିଧାୟକଙ୍କ ସହ ଅନ୍ୟାନ୍ୟ ବିଧାୟକଙ୍କୁ ମିଶାଇଲେ ଏହି ସଂଖ୍ୟା ୧୭୫ ହେବ।

publive-image News Nation

ପୂର୍ବରୁ ମହାରାଷ୍ଟ୍ରବାସୀ ତାଙ୍କୁ ବିରୋଧୀ ଆସନରେ ବସିବା ପାଇଁ ଭୋଟ ଦେଇଛନ୍ତି ବୋଲି ଏନସିପି ମୁଖ୍ୟ ଶରଦ ପାୱାର କହିଥିବା ବେଳେ ଏବେ ରାଜ୍ୟରେ ସରକାର ଗଢ଼ିବା ନେଇ ଅନିଶ୍ଚିତତା ଦେଖାଦେଇଛି। ତେଣୁ ସମାଧାନ ପାଇଁ ଶରଦ ପାୱାର ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଥିବା ଜଣାପଡ଼ିଛି। ତେଣୁ ରାଜ୍ୟରେ ଏନସିପି ସହ ମେଣ୍ଟ କରିଥିବା କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଆସନ୍ତାକାଲି ଭେଟି ସେ ତାଙ୍କ ସହ ଏ ବାବଦରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe