indiatoday
ନୂଆଦିଲ୍ଲୀ: କିଛି ଦିନ ମଧ୍ୟରେ ଅନେକ ମହିଳା ପୁଲିସକର୍ମୀଙ୍କ ଆତ୍ମହତ୍ୟା କରିବା ଖବର ସାମ୍ନାକୁ ଆସିଛି। ସାଧାରଣ ଲୋକଙ୍କୁ ସୁରକ୍ଷା ଦେଉଥିବା ପୁଲିସକର୍ମୀ କାହିଁକି ଆତ୍ମହତ୍ୟା କରୁଛନ୍ତି, ତା’ର କାରଣ ଜାଣିବା ପାଇଁ ଏକ ସର୍ଭେ କରାଯାଇଥିବା ବେଳେ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ ସାମ୍ନାକୁ ଆସିଛି। ମହିଳା ପୁଲିସକର୍ମୀଙ୍କ ଆତ୍ମହତ୍ୟା କରିବାକୁ ନେଇ କିଛି ମହିଳା ପୁଲିସକର୍ମୀଙ୍କୁ ପ୍ରଶ୍ନ କରାଯିବା ପରେ ସାଧାରଣ ମହିଳାଙ୍କ ଭଳି ଆମେ ମଧ୍ୟ ଡ଼ରିଥାଉ ବୋଲି ସେମାନେ ମତ ରଖିଛନ୍ତି।
ଆଗ୍ରାର ଏକ ପୁଲିସ ଷ୍ଟେସନରେ ମୁତୟନ ଥିବା ଜଣେ ମହିଳା ପୁଲିସ କନେଷ୍ଟବଳଙ୍କ ଅନୁଯାୟୀ, ଦେହରେ ପୁଲିସର ୟୁନିଫର୍ମ ଥିଲେ ମଧ୍ୟ ପ୍ରତିଦିନ ମୁଁ ଜଣେ ମହିଳା ବୋଲି ମୋତେ ଅନୁଭବ କରାଯାଏ। ଡିୟୁଟି ସମୟରେ ବହୁତ କିଛି ସହିବାକୁ ପଡ଼େ, ଯାହା ଜଣେ ସାଧାରଣ ମହିଳା ଘରୁ ଗୋଡ଼ କାଢ଼ିବା ପରେ ଅନୁଭବ କରିଥାଏ। ପୁଲିସ ଷ୍ଟେସନକୁ ଆସୁଥିବା ମହିଳା ସହଜ ଅନୁଭବ କରିବେ ବୋଲି ମହିଳା ପୁଲିସଙ୍କୁ ଷ୍ଟେସନରେ ମୁତୟନ କରାଯାଇଥାଏ। କିନ୍ତୁ ଯଦି ଜଣେ ମହିଳା ପୁଲିସ ହିଁ ସୁରକ୍ଷିତ ଏବଂ ସହଜ ଅନୁଭବ ନକରିବ, ସେ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ କିଭଳି ସହଜ ଅନୁଭବ କରାଇବ। ପୁଲିସ ଷ୍ଟେସନରେ ବରିଷ୍ଠ ଅଧିକାରୀମାନେ ପୁରୁଷ ପୁଲିସ କନେଷ୍ଟବଳଙ୍କ ଭଳି କାମ କରିବାକୁ କହୁଥିଲେ ମଧ୍ୟ ଆମକୁ ତାଙ୍କ ଭଳି ସୁବିଧା ମିଳିନଥାଏ। ପୁଲିସ ଷ୍ଟେସନରେ ପୁରୁଷ ପୁଲିସ କର୍ମଚାରୀ ଏବଂ କନଷ୍ଟେବଳ ମିଶି ଅଶ୍ଲୀଳ କଥା ହୋଇଥାନ୍ତି। ଏହି ସମୟରେ ଆମକୁ ବାଧ୍ୟ ହୋଇ ବାହାରକୁ ଯିବାକୁ ପଡ଼ିଥାଏ। ବେଳେ ବେଳେ ଏହା ଅଧିକ ହେବାକୁ କିଛି ମହିଳା ପୁଲିସକର୍ମୀ ଆତ୍ମହତ୍ୟା କରିଥାନ୍ତି।
Follow Us