NDTV.com
ନୂଆଦିଲ୍ଲୀ:ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବାର ପ୍ରାୟ ୨୦ ଦିନ ପରେ ପରିସ୍ଥିତି ଦେଖିବା ପାଇଁ କଂଗ୍ରେସ ଏବଂ ଅନ୍ୟ ଦଳର ନେତାଙ୍କ ଶ୍ରୀନଗର ଗସ୍ତକୁ ନେଇ କଡ଼ା ସମାଲୋଚନା କରିଛନ୍ତି ବହୁଜନ ସମାଜ ପାର୍ଟି(ବିଏସପି) ମୁଖ୍ୟ ମାୟାବତୀ । ସେ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ସହିତ ଏହି ପ୍ରତିନିଧି ଦଳରେ ଗୁଲାମନବୀ ଆଜାଦ, ଏନ୍ସିପି ନେତା ମାଜିଦ୍ ମେମନ, ସିପିଆଇ ନେତା ଡି. ରାଜଙ୍କ ସମେତ ମୋଟ ୧୧ ନେତାଙ୍କୁ ନେଇ ଶ୍ରୀନଗର ଗସ୍ତ କରିବା ଆଗରୁ ଥରେ ଚିନ୍ତା କରିବାର ଥିଲା। ଜମ୍ମୁ କଶ୍ମୀରରେ ଲୋକଙ୍କ ପରିସ୍ଥିତି ଠିକ୍ କରିବାକୁ କେନ୍ଦ୍ର ସରକାରଙ୍କୁ କିଛି ସମୟ ଦିଆଯିବା ଦରକାର।
Hindustan Timesଏଣୁ ଏଭଳି ପରିସ୍ଥିତିରେ ବିନା ଅନୁମତିରେ କଂଗ୍ରେସ ଓ ଅନ୍ୟ ଦଳର ବିରୋଧୀଙ୍କ କାଶ୍ମୀର ଗସ୍ତକୁ କଡ଼ା ସମାଲୋଚନା କରିଛନ୍ତି ମାୟାବତୀ । କେନ୍ଦ୍ର ସରକାର କିମ୍ବା ରାଜ୍ୟପାଳ ଏଭଳି ସ୍ଥିତିରେ ରାଜନୀତି କରିବାକୁ ଏହି ନିଷ୍ପତ୍ତି ନେଇ ନାହାଁନ୍ତି । କିନ୍ତୁ ଏହା ଦ୍ବାରା କଂଗ୍ରେସ କେନ୍ଦ୍ର ସରକାର ଏବଂ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଯିବା ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ସୁଯୋଗ ଦେଇଛନ୍ତି ବୋଲି କହିଛନ୍ତି ମାୟାବତୀ।
Follow Us