ରାଷ୍ଟ୍ରପତି ଶାସନ ଦାବି କଲେ ମାୟାବତୀ

Advertisment
ଏଥର ଜିତିଲେ ଆଉ ମୂର୍ତ୍ତି ବା ସ୍ମାରକୀ କରିବି ନାହିଁ: ମାୟାବତୀ

Wikipedia

ନୂଆଦିଲ୍ଲୀ: ଫୋନ୍‌ ଟ୍ୟାପିଂ ଅଭିଯୋଗ ଘଟଣାରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ମଧ୍ୟ କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ବେଆଇନ ପଦକ୍ଷେପ ନେଉଛନ୍ତି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିଛନ୍ତି। ଫୋନ୍‌ ଟ୍ୟାପିଂ ଘଟଣାରେ ବିଜେପି ସିବିଆଇ ତଦନ୍ତ ଦାବି କରିବା ପରେ ମାୟାବତୀ ଏକ ଟ୍ବିଟ୍‌ କରି କହିଛନ୍ତି ଯେ, ,ଗେହଲଟ୍‌ କ୍ରମାଗତ ଭାବେ ଭୁଲ୍‌ କରି ଚାଲିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରଥମେ ବିଏସ୍‌ପି ବିଧାୟକଙ୍କୁ କଂଗ୍ରେସରେ ସାମିଲ କରି ବିଏସ୍‌ପିକୁ ଧୋକା ଦେଇଥିଲେ ଏବଂ ଦଳବଦଳ ଆଇନର ଉଲ୍ଲଂଘନ କରିଥିଲେ ଏବଂ ଏବେ ପୁଣି ସେ ଫୋନ୍‌ ଟ୍ୟାପିଂ ଭଳି ଅନ୍ୟ ଏକ ବେଆଇନ ନିଷ୍ପତ୍ତି ନେଇଛନ୍ତି। ତେବେ ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ମାୟାବତୀ ରାଜସ୍ଥାନରେ ରାଷ୍ଟ୍ରପତି ଶାସନ ଦାବି କରିଛନ୍ତି। ରାଜ୍ୟପାଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିସ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ମାୟାବତୀଙ୍କର ଏହି ଅଭିଯୋଗ ଏବଂ ଦାବି ପରେ କଂଗ୍ରେସ କହିଛି ଯେ, ମାୟାବତୀ ଜଣେ ଅସହାୟ ନେତା। ଭୟ ଏବଂ ଅସହାୟତା ଯୋଗୁଁ ସେ ବିଜେପିକୁ ସମର୍ଥନ କରିବାପାଇଁ ଏଭଳି ମନ୍ତବ୍ୟ ରଖିଛନ୍ତି ବୋଲି କଂଗ୍ରେସ ମୁଖପାତ୍ର ପୱନ ଖେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe