ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପଛୁଆ ବର୍ଗର ୧୭ଟି ଜାତିକୁ ସରକାର ଅନୁସୂଚୀତ ଜାତି (ଏସ୍ସି) ଶ୍ରେଣୀରେ ସାମିଲ କରିଥିବାରୁ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଏସ୍ପି ସୁପ୍ରିମୋ ମାୟାବତୀ। ମାୟାବତୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅସାମ୍ବିଧାନିକ ଏବଂ ଏହାକୁ ଜୋର୍ଦାର ବିରୋଧ କରାଯିବ। ପଛୁଆବର୍ଗର ଲୋକଙ୍କୁ ବିଭ୍ରାନ୍ତ କରି ଯୋଗୀ ସରକାର ୟୁପିରେ ହେବାକୁ ଥିବା ଆଗାମୀ ବିଧାନସଭା ଉପନିର୍ବାଚନରେ ଭୋଟ୍ ହାସଲ କରିବାକୁ ଚାହୁଛନ୍ତି ବୋଲି ମାୟାବତୀ କହିଛନ୍ତି। ପୂର୍ବରୁ ମଧ୍ୟ ସମାଜବାଦୀ ପାର୍ଟି ସରକାର ପଛୁଆବର୍ଗର ଏହି ୧୭ ଜାତିଙ୍କୁ ଏସ୍ସିରେ ସାମିଲ କରାଯିବାକୁ ଘୋଷଣା କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଏହା ଏକ ବଡ଼ ପ୍ରତାରଣା ଥିବା ଜଣାପଡ଼ିଥିଲା ବୋଲି ମାୟାବତୀ କହିଛନ୍ତି। ୟୁପି ସରକାର ଯେଉଁ ୧୭ଟି ପଛୁଆ ଜାତିକୁ ଏସ୍ସିରେ ସାମିଲ କରିବାକୁ ଘୋଷଣା କରିଛନ୍ତି ସେମାନଙ୍କ ମଧ୍ୟରେ କହାର, କଶ୍ୟପ, କେଉଟ, ମଲ୍ଲାହ, ନିଷାଦ, କୁମ୍ଭାର, ପ୍ରଜାପତି, ଧୀବର, ବିନ୍ଦ, ଭର, ରାଜଭର, ଧିମର, ମାଥମ, ତୁରହା, ଗୁଡ଼ିଆ, ମାଂଝି ଏବଂ ମଛୁଆ ସାମିଲ ଅଛନ୍ତି।
ଯୋଗୀଙ୍କ ନିଷ୍ପତ୍ତିକୁ ‘ଅସାମ୍ବିଧାନିକ’ କହିଲେ ମାୟାବତୀ
Advertisment
Follow Us