ଅଖିଳେଶ ବଦଳିଲେ ମେଣ୍ଟ ନେଇ ପୁନଃବିଚାର କରାଯିବ : ମାୟାବତୀ

Advertisment
ଅଖିଳେଶ ବଦଳିଲେ ମେଣ୍ଟ ନେଇ ପୁନଃବିଚାର କରାଯିବ : ମାୟାବତୀ

PHOTO-ONEINDIA

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଉତ୍ତରପ୍ରଦେଶ ଉପନିର୍ବାଚନରେ ଏକାକୀ ଲଢ଼ିବାକୁ ଆଜି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦିନରେ ହେବାକୁ ଥିବା ୧୧ଟି ବିଧାନସଭା ଉପନିର୍ବାଚନ ବସପା ଏକା ଲଢ଼ିବ । ଏହି ନିର୍ବାଚନରେ ସପା ସହ ମେଣ୍ଟ କରି ନିର୍ବାଚନ ଲଢ଼ିବନି ବସପା । ୨୦୧୯ ଲୋକସଭା ନିର୍ବାଚନରେ ଯାଦବ ଭୋଟ ବସପା ପ୍ରାର୍ଥୀଙ୍କ ପାଖକୁ ଯାଇନଥିବା ଅଭିଯୋଗ ଆଣି ଏଭଳି ନିଷ୍ପତ୍ତି ନେଇଥିବା ମାୟାବତୀ ସ୍ପଷ୍ଟ କରିଛନ୍ତି ।ତେବେ ବିଜେପିକୁ କ୍ଷମତାରୁ ଦୂରେଇ ରଖିବା ପାଇଁ ୟୁପିରେ ମେଣ୍ଟ ଜାରି ରହିବ ବୋଲି କହିଛନ୍ତି ମାୟାବତୀ ।

ସପା ମୁଖ୍ୟ ମେଣ୍ଟ ଧର୍ମ ପାଳନ ଉପରେ ନଜର ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ମାୟାବତୀ । ଆଗାମୀ ଦିନରେ ଅଖିଳେଶ ବଦଳିଲେ ମେଣ୍ଟ ନେଇ ପୁନଃବିଚାର କରାଯିବ ବୋଲି କହିଛନ୍ତି । ପୂର୍ବରୁ ମଧ୍ୟ ନିର୍ବାଚନ ଏକା ଲଢ଼ିବାକୁ ସଂକେତ ଦେଇଥିଲେ ମାୟାବତୀ । ଏବଂ ଜବାବରେ ଅଖିଳେଶ କହିଥିଲେ ନିଜ ଦମରେ ଲଢ଼ିବ ସମାଜବାଦୀ ପାର୍ଟି । ଏହାପରେ ଉତ୍ତର ପ୍ରଦେଶରେ ମହା ମେଣ୍ଟ ଭାଙ୍ଗିଯିବା ନେଇ ଆକଳନ କରାଯାଉଥିଲା ।

ମାୟାବତୀ ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି, ନିର୍ବାଚନ ଫଳାଫଳ ଆସିଲା ପରେ ଏହା ସ୍ପଷ୍ଟ ହୋଇଯାଇଛି କି, ସମାଜବାଦୀ ପାର୍ଟିର ପାରପାଂରିକ ଭୋଟ ଦଳକୁ ମିଳିଲା ନାହିଁ । ସମାଜବାଦୀ ପାର୍ଟିର ଯାଦବ ବାହୁଲ୍ୟ ସିଟ୍ ଉପରେ ମଧ୍ୟ ସପା ପ୍ରାର୍ଥୀ ନିର୍ବାଚନରେ ଅତ୍ୟନ୍ତ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି । ଏପରିକି କନୌଜରେ ଡିମ୍ପଲ ଯାଦବ ଏବଂ ଫିରୋଜବାଦରେ ଅକ୍ଷୟ ଯାଦବ ବିରୋଧୀଙ୍କଠାରୁ ପରାଜୟ ହେବା ବହୁଜନ ସମାଜ ବାଦୀ ପାର୍ଟିକୁ ବହୁତ କିଛି ଭାବିବାକୁ ବାଧ୍ୟ କରିଛି । ତେବେ ବିଏସପି ଏବଂ ଏସପିର ବେସ୍ ଭୋଟ୍ ମିଶିବା ପରେ ବି ଏହି ପ୍ରାର୍ଥୀମାନଙ୍କୁ ହାରିବାର ନଥିଲା ବୋଲି କହିଛନ୍ତି ମାୟାବତୀ ।ମାୟାବତୀ ଗଠବନ୍ଧନ ଉପରେ କହିଛନ୍ତି କି, ଆମେ ପାର୍ଟିର ସମୀକ୍ଷା ବୈଠକରେ ଜାଣିବାକୁ ପାଇଥିଲୁ କି ବିଏସପି କାଡର ଆଧାରିତ ପାର୍ଟି, ଏକ ବିଶେଷ ଉଦ୍ଦେଶ୍ୟ ରଖି ସପା ସହ ମିଶି ନିର୍ବାଚନ ଲଢିଥିଲା କିନ୍ତୁ ଆମକୁ ସେଭଳି କୌଣସି ସଫଳତା ମିଳିପାରିଲା ନାହିଁ । ସପାର କାଡରକୁ ମଧ୍ୟ ବିଏସପି ଭଳି କୌଣସି ବି ସମୟ ପାଇଁ ପ୍ରସ୍ତୁତ ରହିବାକୁ ଆବଶ୍ୟକତା ନାହିଁ । ଚଳିତ ନିର୍ବାଚନରେ ସପା ଏହି ସୁଯୋଗ ହରାଇ ଦେଇଛି ।

publive-image PHOTO-ONEINDIA

ମାୟାବତୀ କହିଛନ୍ତି କି, ଅଖିଳେଶ ଯଦି ନିଜ ରାଜନୈତିକ କାର୍ଯ୍ୟକୁ କରିବା ସହ ନିଜ କର୍ମକର୍ତ୍ତାଙ୍କୁ ଏବଂ ପାର୍ଟିକୁ ମିଶନାରୀ ବନାନ୍ତି ତେବେ ବହୁଜନ ସମାଜବାଦୀ ପାର୍ଟି ଆଗାମୀ ଦିନମାନଙ୍କରେ ଏକାଠି ଲଢିବେ କିନ୍ତୁ ଯଦି ସେ ଏଭଳି ନକରି ପାରନ୍ତି ତେବେ ଆମକୁ ବାଧ୍ୟ ହୋଇ ଏକାକୀ ନିର୍ବାଚନ ଲଢିବାକୁ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe