ରାହୁଲଙ୍କୁ ଜବାବ ଦେଲେ ମାୟାବତୀ ପ୍ରଥମେ ନିଜ ଘରକୁ ସଜାଡ଼

Advertisment
ରାହୁଲଙ୍କୁ ଜବାବ ଦେଲେ ମାୟାବତୀ ପ୍ରଥମେ ନିଜ ଘରକୁ ସଜାଡ଼

India Today

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗତକାଲି ଦେଇଥିବା ଟିପ୍ପଣୀର କଡ଼ା ଜବାବ ରଖିଛନ୍ତି ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସଭା‌ପତି ମାୟାବତୀ। ନିର୍ବାଚନ ସମୟରେ ବିଏସ୍‌ପି ସହିତ ମେଣ୍ଟ ଓ ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବାର ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ସେଥିପ୍ରତି କର୍ଣ୍ଣପାତ କରି ନଥିଲେ ବୋଲି ରାହୁଲ କହିଥିଲେ। ସିବିଆଇ, ଇଡି ଏବଂ ପେଗାସସ ପାଇଁ ମାୟାବତୀ ଶାସକ ବିଜେପିକୁ ରାସ୍ତା ଛାଡ଼ି ଦେଇଥିଲେ ବୋଲି ରାହୁଲ ଅଭିଯୋଗ କରିଥିଲେ। ତେବେ ଏହାର ଜବାବରେ ଆଜି ମାୟାବତୀ କହିଛନ୍ତି କଂଗ୍ରେସ ପ୍ରଥମେ ନିଜ କଥା ଚିନ୍ତା କରିବା ଉଚିତ। ବିଏସ୍‌ପି ସଂପର୍କରେ ମନ୍ତବ୍ୟ ଦେବା ପରିବର୍ତ୍ତେ କଂଗ୍ରେସ ନିଜ ଘରକୁ ସଜାଡ଼ିବା ଆବଶ୍ୟକ । ରାହୁଲଙ୍କ ଏଭଳି ମନ୍ତବ୍ୟ ବିଏସ୍‌ପି ବଦନାମ କରିବା ପାଇଁ ଉଦ୍ଦିଷ୍ଟ । ରାହୁଲ ଯାହା କହିଛନ୍ତି ତାହା ସଂପୂର୍ଣ୍ଣ ମିଛ। ଏସବୁ ଛୋଟ ଛୋଟ କଥାରେ ମୁଣ୍ଡ ନପୂରାଇ ନିର୍ବାଚନରେ ପରାଜୟ ସଂପର୍କରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ। ବିଏସପି ସଂପର୍କରେ ଟିପ୍ପଣୀ ଦେବା ପୂର୍ବରୁ ରାହୁଲ ୧୦୦ ଥର ଚିନ୍ତା କରିବା ଉଚିତ ବୋଲି ମାୟାବତୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe