ବିଧାନସଭା ଉପନିର୍ବାଚନରେ ଖରାପ ପ୍ରଦର୍ଶନପରେ ଏହି ପଦକ୍ଷେପ ଗ୍ରହଣ କଲେ ମାୟାବତୀ

ବିଧାନସଭା ଉପନିର୍ବାଚନରେ ଖରାପ ପ୍ରଦର୍ଶନପରେ ଏହି ପଦକ୍ଷେପ ଗ୍ରହଣ କଲେ ମାୟାବତୀ

image source-oneindia

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ନିକଟରେ ଅନୁଷ୍ଠିତ ୧୧ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ସବୁଠାରୁ ଖରାପ ପ୍ରଦର୍ଶନ କରିଛି ମାୟାବତୀଙ୍କ ବିଏସପି। ଏଗାରଟିରୁ ଗୋଟିଏ ହେଲେ ବି ଆସନ ହାତେଇ ପାରି ନାହିଁ ଦଳ। ଏହା ବିଏସପି ସୁପ୍ରିମୋ ମାୟାବତୀଙ୍କ ଚିନ୍ତା ବଢ଼ାଇ ଦେଇଛି।ଏହାକୁ ଦୃଷ୍ଟିରେ ରଖି ସୁଶ୍ରୀ ମାୟାବତୀ ଦଳର ସଙ୍ଗଠନରେ କେତେକ ବଡ଼ ଧରଣର ପରିବର୍ତ୍ତନ କରିଥିବା ଜଣାଯାଇଛି।

ସେ କୋର୍ଡିନେଟର, ମଣ୍ଡଳ ବ୍ୟବସ୍ଥାକୁ ଭାଙ୍ଗି ସେକ୍ଟର ବ୍ୟବସ୍ଥା ଲାଗୁ କରିବାର ଘୋଷଣା କରିଛନ୍ତି। ଏବେ ଉତ୍ତର ପ୍ରଦେଶରେ ବିଏସପି ଚାରିଟି ସେକ୍ଟରରେ ବିଭାଜିତ ହୋଇ ସକ୍ରିୟ ହେବ। ପ୍ରତି ସେକ୍ଟର ବୁଥ କମିଟିକୁ ଶକ୍ତିଶାଳୀ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବ। ମାୟାବତୀ ଏବେଠାରୁ ଆଗାମୀ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଏଥିଲାଗି ନିଜର କର୍ମୀମାନଙ୍କୁ ସଜାଗ ହେବାଲାଗି ପରାମର୍ଶ ଦେଇଛନ୍ତି।

publive-image image source-oneindia

ସେ ଅନୁଭବ କରିଛନ୍ତି ଯେ ଏକା ବିଏସପି ରାଜ୍ୟରେ ବିଜେପିର ମୁକାବିଲା କରିବାକୁ ସକ୍ଷମ ନୁହେଁ। କିନ୍ତୁ ପୁଣି ଥରେ ଏସପି ସହ ହାତ ମିଳାଇବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe