ମତେ ରାଷ୍ଟ୍ରପତି କରିବେ କହି ଆମକୁ ଫସେଇଦେଲେ: ମାୟାବତୀ

ବିରୋଧୀ ଦଳମାନେ ରାଷ୍ଟ୍ରପତିଙ୍କୁ ଅପମାନିତ କରୁଛନ୍ତି: ମାୟାବତୀ

The Hindu

ଲଖନଉ: ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହେବା ପରେ ଆଜି ମାୟାବତୀ ବିଜେପିକୁ ନେଇ ଏକ ବଡ ଅଭିଯୋଗ ଆଣିଛନ୍ତି। ମାୟାବତୀ କହିଛନ୍ତି ଯେ ଆରଏସଏସର ଲୋକମାନେ ଆମ ଲୋକଙ୍କ ମଧ୍ୟରେ ପ୍ରଚାର କରିଥିଲେ ଯେ ଯଦି ବିଏସପି ସରକାର ଗଠନ ନହୁଏ ତେବେ ବେହେନଜୀ(ମାୟାବତୀ)ଙ୍କୁ ରାଷ୍ଟ୍ରପତି କରାଯିବ। ଆଉ ସେଥିପାଇଁ ଆମ ଲୋକମାନେ ସେତେଟା ପ୍ରୟାସ କରିନଥିଲେ |

ମାୟାବତୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଦୁଇ ପୃଷ୍ଠାର ଏକ ପ୍ରେସ ବିଜ୍ଞପ୍ତିରେ ମାୟାବତୀ କହିଛନ୍ତି ଯେ ଦେଶର ରାଷ୍ଟ୍ରପତି ହେବା ଦୂରେ ଥାଉ, ଏହା ସେ ସ୍ୱପ୍ନରେ ସୁଦ୍ଧା ଭାବିପାରିବେ ନାହିଁ | ସେ ଆହୁରି ମଧ୍ୟ କହିଛନ୍ତି ଯେ ଆରଏସଏସ ଏବଂ ବିଜେପିର ନେତାମାନେ ଜାଣନ୍ତି ଯେ କାଂଶୀ ରାମ ଜୀ ମଧ୍ୟ ସେମାନଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ, ତା’ହେଲେ ମୁଁ ତାଙ୍କ ଶିଷ୍ୟା ହୋଇ କିଭଳି ତାଙ୍କ ନୀତି ଆଦର୍ଶକୁ ଅବମାନନା କରିବି |

ସୂଚନା ଥାଉ କି ଯେ ନିକଟରେ ୟୁପିରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ମାୟାବତୀ ଏବଂ ତାଙ୍କ ଦଳ ବିଏସପି ନିରବ ଭାବେ ରହିଥିବାର ନଜର ଆସିଥିଲେ। ଏହି କାରଣରୁ ମାୟାବତୀଙ୍କ ପାରମ୍ପରିକ ଭୋଟ୍ ବ୍ୟାଙ୍କରୁ ମଧ୍ୟ ବିଏସପିକୁ ସେତିକି ଭୋଟ ମିଳିନଥିଲା | ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe