ଦ୍ରୌପଦୀଙ୍କୁ ସମର୍ଥନ କରି‌‌ବେ ମାୟାବତୀ

Advertisment
ବିରୋଧୀ ଦଳମାନେ ରାଷ୍ଟ୍ରପତିଙ୍କୁ ଅପମାନିତ କରୁଛନ୍ତି: ମାୟାବତୀ

The Hindu

ନୂଆଦିଲ୍ଲୀ : ବିଏସପି (ବହୁଜନ ସମା‌ଜ ପାର୍ଟି) ମୁଖ୍ୟ ମାୟାବତୀ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ‌ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ। ମାୟାବତୀ କହିଛନ୍ତି, ବିଜେପି କିମ୍ବା ଏନଡିଏକୁ ସମର୍ଥନ କରିବାପାଇଁ କିମ୍ବା ବିରୋଧୀ ଉପାକୁ ବିରୋଧ କରିବାପାଇଁ ଏହି ନିଷ୍ପତ୍ତି ନିଆଯାଇନି। ଜଣେ ଆଦିବାସୀ ମହିଳା ପ୍ରାର୍ଥୀଙ୍କୁ ଆମେ ସମର୍ଥନ କରୁଛୁ ବୋଲି ମାୟାବତୀ କହିଛନ୍ତି। ମାୟାବତୀ ଇତିମଧ୍ୟରେ ବିରୋଧୀ ଦଳମାନଙ୍କ ଉପରେ ବର୍ଷିଛନ୍ତି। ବିରୋଧୀ ଦଳ ନେତାମାନେ ତାଙ୍କ ସହ ଆଲୋଚନା ନକରି ଜସୱନ୍ତ ସିହ୍ନାଙ୍କୁ ମିଳିତ ପ୍ରାର୍ଥୀ କରିଥିବାରୁ ମାୟାବତୀ କଡ଼ା ସମାଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିଏସ୍‌ପିର ୧୦ ଲୋକସଭା ଏବଂ ୩ ରାଜ୍ୟସଭା ସାଂସଦ ଅଛନ୍ତି। କିନ୍ତୁ ୨ ଜଣ ରାଜ୍ୟସଭା‌ ସାଂସଦ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆସନ୍ତା ଜୁଲାଇ ୪-୧୪ ମଧ୍ୟରେ ଅବସର ନେବେ।

ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ଇତି ମଧ୍ୟରେ ‌ଦ୍ରୌପଦୀ ମୁର୍ମୁ ଆଜି ଜେଏମ୍‌ଏମ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା) ସୁପ୍ରି‌ମୋ ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ‌ହେମନ୍ତ ସୋରେନଙ୍କୁ ଫୋନ୍‌ କରି ତାଙ୍କୁ ସମର୍ଥନ କରିବାପାଇଁ ଅନୁରୋଧ କରିଛନ୍ତି। ମୁର୍ମୁ ବ୍ୟକ୍ତିଗତ ଭାବେ ସୋରେନଙ୍କୁ ଫୋନ୍‌ କରିଥିଲେ ଏବଂ ତାଙ୍କ ସମର୍ଥନ ଚାହିଥିଲେ। ମୁର୍ମୁ ମଧ୍ୟ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏବଂ ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀଙ୍କୁ ସମର୍ଥନ ପାଇଁ ଫୋନ୍‌ କରିଛନ୍ତି। ଉକ୍ତ ୩ ନେତା ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଫୋନ୍‌ କରି ତାଙ୍କ ପ୍ରାର୍ଥିତ୍ବ ପାଇଁ ସେମାନଙ୍କ ସମର୍ଥନ ଲୋଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe