Melitopol mayor Ivan Fedorov Image Courtesy of The Times of Israel
କିବ୍: ଶୁକ୍ରବାର ଦିନ ରୁଷୀୟ ସୈନିକମାନେ ଦକ୍ଷିଣ ୟୁକ୍ରେନ୍ ସହର ମିଲିଟୋପୋଲ୍ ଦଖଲ କରି ସେଠାକାର ମେୟର୍ଙ୍କୁ ଅପହରଣ କରି ନେଇଥିବା କଥା ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଏବଂ ୟୁକ୍ରେନୀୟ ସରକାରୀ ଅଧିକାରୀମାନେ କହିଛନ୍ତି।
ଟୁଇଟର୍ରେ ୟୁକ୍ରେନୀୟ ପାର୍ଲାମେଣ୍ଟ୍ କହିଛି, ଦଖଲକାରୀ ସୈନିକମାନଙ୍କର ଏକ ୧୦ଜଣିଆ ଦଳ ମିଲିଟୋପୋଲ୍ର ମେୟର୍ ଆଇଭାନ୍ ଫେଦୋରୋଭ୍ଙ୍କୁ ହରଣଚାଳ କରି ନେଇଛନ୍ତି। ମେୟର୍ ଫେଦୋରୋଭ୍ ଶତ୍ରୁଙ୍କୁ ସହଯୋଗ କରିବା ଲାଗି ମନା କରିଦେଇଥିଲେ।
କୁହାଯାଉଛି, ଯୋଗାଣ ସମସ୍ୟା ବୁଝାଶୁଝା କରିବା ନିମନ୍ତେ ସହରର ‘କ୍ରାଇସିସ୍ ସେଣ୍ଟର୍’ରେ ଥିବାବେଳେ ମେୟର୍ଙ୍କୁ ଅପହରଣ କରିନିଆଯାଇଛି।
ଶୁକ୍ରବାର ରାତିରେ ଭିଡିଓ ବାର୍ତ୍ତା ଦେଇ ଜେଲେନ୍ସ୍କି ଉପରୋକ୍ତ ଅପହରଣ କଥାକୁ ସୁନିଶ୍ଚିତ କରିବା ସହିତ କହିଛନ୍ତି, ମେୟର୍ ଫେଦୋରୋଭ୍ ସାହସର ସହ ୟୁକ୍ରେନ୍ ତଥା ତାଙ୍କ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ବିପଦରୁ ରକ୍ଷା କରିଛନ୍ତି।
Image Courtesy of NDTVବାସ୍ତବିକ୍ ଏହା ହେଉଛି (ଅପହରଣ) ଆକ୍ରମଣକାରୀଙ୍କ ଦୁର୍ବଳତାର ଲକ୍ଷଣ। ସେମାନେ ଆତଙ୍କର ଗୋଟାଏ ନୂଆ ସ୍ତରକୁ ଯାଇ ଆଞ୍ଚଳିକ ୟୁକ୍ରେନୀୟ ଜନପ୍ରତିନିଧିମାନଙ୍କୁ ପ୍ରତ୍ୟକ୍ଷଭାବେ ନିଃଶେଷ କରିବାକୁ ଉଦ୍ୟମ କରୁଛନ୍ତି।
ତେଣୁ, ମିଲିଟୋପୋଲ୍ର ମେୟର୍ଙ୍କୁ ଧରିବା ଗୋଟାଏ ଅପରାଧ। ଏ ଅପରାଧ ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ବିରୋଧରେ ନୁହେଁ, ଗୋଟାଏ ନିର୍ଦ୍ଦିଷ୍ଟ୍ ସମ୍ପ୍ରଦାୟ ବିରୋଧରେ ନୁହେଁ, ଖାଲି ୟୁକ୍ରେନ୍ ବିରୋଧରେ ନୁହେଁ। ଏହା ଗଣତନ୍ତ୍ର ବିରୋଧରେ ଅପରାଧ। ରୁଷୀୟ ଆକ୍ରମଣକାରୀଙ୍କ କାମ ସବୁ ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀମାନଙ୍କ କାର୍ଯ୍ୟ ସହ ସମାନ।
ସୂଚନା ଯୋଗ୍ୟ ରୁଷୀୟ ଆକ୍ରମଣ ପୂର୍ବରୁ, ମିଲିଟୋପୋଲ୍ ନଗରୀରେ ମାତ୍ର ୧୫୦,୦୦୦ରୁ ସାମାନ୍ୟ ଅଧିକ ବାସିନ୍ଦା ଥିଲେ।
Follow Us