ମେକ୍‌ସିକୀୟ ନଗରୀରେ ଗୁଳିକାଣ୍ଡ: ମେୟର୍‌, ପୁଲିସ ଅଧିକାରୀଙ୍କ ସମେତ ୧୮ ନିହତ

ମେକ୍‌ସିକୀୟ ନଗରୀରେ ଗୁଳିକାଣ୍ଡ: ମେୟର୍‌, ପୁଲିସ ଅଧିକାରୀଙ୍କ ସମେତ ୧୮ ନିହତ

Image Courtesy of Zee News

ସାନ୍‌ ମିଗୁଏଲ୍‌ ତୋତୋଲାପାନ୍‌: ଆଜି ମେକ୍ସିକୀୟ ନଗରୀ ସାନ୍‌ ମିଗୁଏଲ୍‌ ତୋତୋଲାପାନ୍‌ରେ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ଜଣେ ମେୟର୍‌ ଏବଂ କେତେଜଣ ପୁଲିସ ଅଧିକାରୀଙ୍କ ସମେତ ୧୮ଜଣଙ୍କର ମୃତ୍ୟୁ ଘଟିଥିବା ‘ବିଏନ୍‌ଓ’ ନିଉଜ୍‌ ରିପୋର୍ଟ କରିଛି।

ସିଟି ହଲ୍‌ ଏବଂ ତା’ ପାଖରେ ଥିବା ଗୋଟାଏ ଘରେ ବନ୍ଧୁକଧାରୀମାନେ ଗୁଳି ଚଳାଇବାରୁ ମେୟର୍‌ କନ୍‌ରାଡୋ ମେଣ୍ଡୋଜା, ତାଙ୍କର ବାପା ତଥା ପୂର୍ବତନ ମେୟର୍‌ ଜୁଆନ୍‌ ମେଣ୍ଡୋଜା, ଜଣେ କାଉନ୍‌ସିଲ୍‌ କର୍ମୀ ଓ ୫ଜଣ ପୁଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଛି ବୋଲି ‘ବିବିସି’ ରିପୋର୍ଟ କରିଛି। ଅଟ୍ଟାଳିକା ସମ୍ମୁଖରେ ତଳେ ପଡ଼ିଥିବା ରକ୍ତାକ୍ତ ଶବଗୁଡ଼ିକର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ସମ୍ପ୍ରସାରିତ ହେଉଛି। ସିଟି ହଲ୍‌ର ବାହାର ପାଖ କାନ୍ଥ ମଧ୍ୟ ଗଣସଂହାରକାରୀଙ୍କ ଗୁଳିରେ ବିଦ୍ଧ ହୋଇଯାଇଛି।

publive-image Image Courtesy of India Today

ଉପରୋକ୍ତ ଆକ୍ରମଣ ପାଇଁ ଦାୟୀ ବୋଲି ସାମାଜିକ ଗଣମାଧ୍ୟମରେ ସେୟାର୍‌ ହେଉଥିବା ଭିଡିଓରେ ଅପରାଧିକ ଗ୍ୟାଙ୍ଗ୍‌ ‘ଲସ୍‌ ଟେକ୍ୟୁଲେରୋସ୍‌’ ଘୋଷଣା କରିଛି। କିନ୍ତୁ, ସ୍ଥାନୀୟ ସରକାରୀ ଅଧିକାରୀମାନେ ଉକ୍ତ ଘୋଷାଣା ସତ୍ୟ ବୋଲି ସୁନିଶ୍ଚିତ କରିନାହାନ୍ତି।

ମେୟର୍‌ କନ୍‌ରାଡୋ ଆଲମେଡାଙ୍କ ମୃତ୍ୟୁ ହୋଇଥିବା କଥା ତାଙ୍କ ପାର୍ଟି ‘ଦି ପିଆର୍‌ଡି’ ସୁନିଶ୍ଚିତ କରିଛି। ମେୟରଙ୍କ ହତ୍ୟା ଘଟଣାକୁ ଦଳ ନିନ୍ଦା କରିବା ସହିତ ବିଚାର ଦାବି କରିଛି।

ଅପରାଧୀମାନଙ୍କୁ ଖୋଜି ବାହାର କରିବା ଲାଗି ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ସେ ଅଞ୍ଚଳରେ ସେନା ଓ ନୌସେନା ୟୁନିଟ୍‌ ମୁତୟନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe