ଦେଶର କନିଷ୍ଠ ମେୟରଙ୍କୁ ବିବାହ କରିବେ କନିଷ୍ଠ ବିଧାୟକ

ଦେଶର କନିଷ୍ଠ ମେୟରଙ୍କୁ ବିବାହ କରିବେ କନିଷ୍ଠ ବିଧାୟକ

photo-live hindustan

ତିରୁବନନ୍ତପୁରମ: ଭାରତର କନିଷ୍ଠ ମେୟରଙ୍କୁ ବିବାହ କରିବେ ଦେଶର କନିଷ୍ଠ ବିଧାୟକ | କେରଳରେ ଏହା ବାସ୍ତବତାର ରୂପ ନେବାକୁ ଯାଉଛି | ତିରୁବନନ୍ତପୁରମ୍ ମେୟର ଆର୍ଯ୍ୟ ରାଜେନ୍ଦ୍ରନ୍ ଆଜି ବାଲୁସେରୀ ବିଧାୟକ ସଚିନ ଦେବଙ୍କୁ ବିବାହ କରିବେ ବୋଲି ଘୋଷଣା କରିଛନ୍ତି | ଆଜି ଏକ ବର୍ଣ୍ଣାଢ୍ୟ ସମାରୋହରେ ମେୟର ଓ ବିଧାୟକଙ୍କ ମଧ୍ୟରେ ନିର୍ବନ୍ଧ ହୋଇଯାଇଛି |

ଏହି ସମାରୋହରେ ପରିବାର ସଦସ୍ୟ ଏବଂ ଦଳର ନେତାମାନେ ଯୋଗ ଦେଇଥିଲେ। ସୂଚନା ମୁତାବକ ଆର୍ଯ୍ୟ ରାଜେନ୍ଦ୍ରନ୍ ଭାରତର ସର୍ବକନିଷ୍ଠ ମେୟର ହୋଇଥିବାବେଳେ ବର୍ତ୍ତମାନର କେରଳ ବିଧାନସଭାରେ ସଚିନ ଦେବ ହେଉଛନ୍ତି ସର୍ବକନିଷ୍ଠ ବିଧାୟକ। ମାତ୍ର ୨୧ ବର୍ଷ ବୟସରେ ଆର୍ଯ୍ୟ ରାଜେନ୍ଦ୍ରନ୍ ତିରୁବନନ୍ତପୁରମର ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ର ସଦସ୍ୟା ଆର୍ଯ୍ୟ ରାଜେନ୍ଦ୍ରନଙ୍କୁ ୨୦୨୦ରେ ଥିରୁବନନ୍ତପୁରମର ମେୟର କରାଯାଇଥିଲା। ତା’ପରେ ସେ ଭାରତର ସର୍ବକନିଷ୍ଠ ମେୟର ହୋଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ସଚିନ୍ ଦେବ ମଧ୍ୟ ସିପିଆଇ (ଏମ୍) ସହିତ ଜଡିତ। ସେ ମଧ୍ୟ କେରଳ ବିଧାନସଭାର କନିଷ୍ଠ ସଦସ୍ୟ ହୋଇଥିବାବେଳେ ବାଲୁସରିରୁ ବିଧାୟକ ଅଛନ୍ତି | କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) ର ଛାତ୍ର ଶାଖା ବାଲସଂଘମରେ ଏକାଠି କାମ କରିବାବେଳେ ସେମାନେ ପରସ୍ପରକୁ ଜାଣିଥିଲେ | ଆଉ ଦୁହେଁ ଦୁହିଁଙ୍କ ପ୍ରେମରେ ପଡ଼ିଥିଲେ | କେବଳ ଏତିକି ନୁହେଁ ୨୦୨୧ କେରଳ ବିଧାନସଭା ନିର୍ବାଚନରେ ​​ଆର୍ଯ୍ୟ ରାଜେନ୍ଦ୍ରନ୍ ଦେବଙ୍କ ପାଇଁ ପ୍ରଚାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe