ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବି କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ଅନେକ ନେତା କରୋନାରେ ସଂକ୍ରମିତ ହୋଇଛନ୍ତି। ସର୍ବପ୍ରଥମେ ମୁର୍ସିଦାବାଦରେ କଂଗ୍ରେସ ପ୍ରାର୍ଥୀ ରାଜାଉଲ ହକଙ୍କ କରୋନାରେ ମୃତ୍ୟୁ ହୋଇଥିଲା। ଏହାପରେ ଆଜି ଟିଏମସିର ବିଧାୟକ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଛି।
ଖରଦହ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ କାଜଲ ସିହ୍ନାଙ୍କ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ହୋଇଛି। ଏତଦ୍ ବ୍ୟତୀତ ଅନେକ ନେତା କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲ ଓ ଘରେ ଆଇସୋଲେସନରେ ଅଛନ୍ତି।
ଟିଏମସି ନେତାଙ୍କ ପରଲୋକ ପରେ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଦୁଃଖ ପ୍ରକାଶ କରିଛନ୍ତି।
ମମତା ବନାର୍ଜୀ ଟୁଇଟରେ ଲେଖିଛନ୍ତି, ‘କୋଭିଡ କାରଣରୁ କାଜଲ ସିହ୍ନାଙ୍କ ମୃତ୍ୟୁ ହେବା ଖବର ଶୁଣି ଦୁଃଖୀତ। ଜନତାଙ୍କ ସେବା ପାଇଁ ସିହ୍ନାଙ୍କ ଜୀବନ ସମର୍ପିତ ଥିଲା। ନିର୍ବାଚନ ପ୍ରଚାର ଅଭିଯାନରେ ସେ ବହୁ କଷ୍ଟ ବି କରିଥିଲେ। ମୋର ସହାନୁଭୂତି ତାଙ୍କ ପରିବାର ସହିତ ଅଛି। ଇଶ୍ବର ତାଙ୍କ ପରିବାରବର୍ଗଙ୍କୁ ଏହି ଦୁଃଖ ସମୟରେ ଧୌର୍ଯ୍ୟ ଧରିବାକୁ ଶକ୍ତି ଦିଅନ୍ତୁ।’
Follow Us