ଦିଲ୍ଲୀ ପୌର ନିର୍ବାଚନ: ମତଦାନ କେନ୍ଦ୍ର ନପାଇ ଫେରିଲେ ଭୋଟର

ଦିଲ୍ଲୀ ପୌର ନିର୍ବାଚନ: ମତଦାନ କେନ୍ଦ୍ର ନପାଇ ଫେରିଲେ ଭୋଟର

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ଥିଲା ପୌର ନିର୍ବାଚନ। ଏହି ନିର୍ବାଚନରେ କ୍ଷମତା ହାତେଇବା ପାଇଁ ଦୁଇ ପ୍ରମୁଖ ଦଳ ଆପ୍ ଓ ବିଜେପି ଖୁବ ପ୍ରଚାର କରିଥିଲେ। ତେବେ ଆଜି ମତଦାନ ଥିବା ବେଳେ କିଛି ଅଞ୍ଚଳରେ ଲୋକଙ୍କୁ ମତଦାନ କେନ୍ଦ୍ର ମିଳିନଥିବା ଜଣାପଡ଼ିଛି। ପଶ୍ଚିମ ପଟେଲ ନଗରର ଏକ ମତଦାନ ବୁଥରେ ପହଞ୍ଚି ଅନେକ ଭୋଟର ଦାବି କରିଥିଲେ ଯେ, ସେମାନଙ୍କୁ ମତଦାନ କେନ୍ଦ୍ର ମିଳିନଥିଲା। ଘଣ୍ଟା ଘଣ୍ଟା ଧରି ମତଦାନ କେନ୍ଦ୍ର ଖୋଜିବା ପରେ ପୂର୍ବରୁ କୁହାଯାଇଥିବା ମତଦାନ କେନ୍ଦ୍ରରେ ସେମାନଙ୍କ ନାଁ ନଥିବା କୁହାଯାଇଥିଲା। ପରେ ଲୋକେ ଅନ୍ୟ ମତଦାନ କେନ୍ଦ୍ରକୁ ଯାଇ ମତଦାନ କରିଥିବା ଜଣାପଡ଼ିଛି।

ଭୋଟର କାଲୁ ରାମ କହିଛନ୍ତି ଯେ, "ମୁଁ ଏକ ଘଣ୍ଟାରୁ ଅଧିକ ସମୟ ହେଲାଣି ମତଦାନ କେନ୍ଦ୍ର ଖୋଜିଥିଲି। କିନ୍ତୁ ଭୋଟ୍ ଦେବା ପାଇଁ ବୁଥ ପାଇ ନଥିଲି। ମୋତେ ବିଭିନ୍ନ ବୁଥକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲ‌ା। ହେଲେ ବିଭିନ୍ନ ବୁଥକୁ ଯିବା ପରେ ବି ମୋତେ ମୋର ନାଁ ମିଳିନଥିଲା।

ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଅନ୍ୟ ଜଣେ ମହିଳା କହିଛନ୍ତି ଯେ, ତାଙ୍କ ପରିବାରର ୨୦ରୁ ଅଧିକ ସଦସ୍ୟ ଭୋଟ୍ ଦେବାକୁ ଆସିଥିଲେ, କିନ୍ତୁ ବୁଥ ଖୋଜିବାରେ ସକ୍ଷମ ନହେବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଘରକୁ ଫେରି ଯାଇଛନ୍ତି।

କିଛି ସମୟ ପୂର୍ବରୁ ଭୋଟର୍‌ ତାଲିକାର କେତେଜଣଙ୍କ ନାଁ କାଟି ଦିଆଯାଇଥିବା କଥା ମଧ୍ୟ ‘ବିଜେପି’ ଅଭିଯୋଗ କରିଛି। ଏହା ସହ ଆପ୍ ମଧ୍ୟ ସମାନ ଅଭିଯୋଗ ଆଣିଛି। ଗଣମାଧ୍ୟମକୁ ‘ବିଜେପି’ ସାଂସଦ ମନୋଜ ତିୱାରି କହିଥିଲେ, ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ତାଙ୍କ ଦଳ ପୁନଃନିର୍ବାଚନ ପାଇଁ ଦାବି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe