ଇସ୍ରାଏଲ ସେନାକୁ ମାଗଣା ଖାଦ୍ୟ ଦେଇ ଅଡ଼ୁଆରେ ମ୍ୟାକଡୋନାଲ୍ଡସ୍‌

Advertisment
ଇସ୍ରାଏଲ ସେନାକୁ ମାଗଣା ଖାଦ୍ୟ ଦେଇ ଅଡ଼ୁଆରେ ମ୍ୟାକଡୋନାଲ୍ଡସ୍‌

ଜେରୁଜେଲମ: ଇସ୍ରାଏଲ ସେନାକୁ ମାଗଣାରେ ଖାଦ୍ୟ ପ୍ରଦାନ କରୁଛି ଫାଷ୍ଟ୍‌ଫୁଡ୍‌ କମ୍ପାନି ମ୍ୟାକଡୋନାଲ୍ଡସ୍‌। କମ୍ପାନିର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି। ସୂଚନା ଅନୁଯାୟୀ, ହମାସ୍‌ ବିରୋଧରେ ଲଢ଼େଇ କରୁଥିବା ଇସ୍ରାଏଲ ସେନାର ଯବାନମାନଙ୍କୁ ହଜାର ହଜାର ମାଗଣା ମିଲ୍‌ସ କମ୍ପାନି ପ୍ରଦାନ କରୁଛି। ମ୍ୟାକଡୋନାଲ୍ଡସ୍‌ ଇସ୍ରାଏଲ ଶାଖା ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଲେଖାଯାଇଛି ଗତକାଲି ଆମେ ଡାକ୍ତରଖାନା ଏବଂ ସେନା ୟୁନିଟ୍‌ଗୁଡ଼ିକରେ ୧୦୦୦ରୁ ଅଧିକ ମିଲ୍‌ସ ପ୍ରଦାନ କରିଛୁ। ପ୍ରତିଦିନ ହଜାର ହଜାର ମିଲ୍‌ସ ‌ଇସ୍ରାଏଲ ସେନାକୁ ଦେବାପାଇଁ ଆମେ ନିଷ୍ପତ୍ତି ନେଇଛୁ। ରେସ୍ତୋରାଁକୁ ଖାଇବା ପାଇଁ ଆସୁଥିବା ସୈନିକଙ୍କୁ ପ୍ରଦାନ କରାଯାଉଥିବା ରିହାତି ବାଦ୍‌ ଏହା କରାଯାଉଛି।

ଏହି ଉଦ୍ଦେଶ୍ୟରେ ଆମେ ୫ଟି ରେସ୍ତୋରାଁ ଖୋଲିଛୁ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଜଣେ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯଦି ମ୍ୟାକ‌ଡୋନାଲ୍ଡସ୍‌ ଇସ୍ରାଏଲ ସେନାକୁ ମାଗଣା ଖାଦ୍ୟ ଦେଉଛି ଏବଂ ଗାଜାରେ ପ୍ରଭାବିତଙ୍କୁ ଦେଉନାହିଁ ତା’ହେଲେ ସାରା ବିଶ୍ବରେ ମୁସଲମାନମାନେ ଏକାଠି ହୋଇ ଏହି କମ୍ପାନିକୁ ବର୍ଜନ କରିବା ଆବଶ୍ୟକ।‌ ମ୍ୟାକଡୋନାଲ୍ଡସ୍‌ର ଏଭଳି ନିଷ୍ପତ୍ତିକୁ ବିରୋଧ କରି ଲେବାନନ୍‌ରେ ଗତ ୧୩ ତାରିଖରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଛି। ଅନ୍ୟପକ୍ଷରେ କିଛି ବ୍ୟକ୍ତି କମ୍ପାନିର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe