ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ପ୍ରସଙ୍ଗରେ ରାଜ୍ୟସଭାରେ ଆଲୋଚନା ପାଇଁ ବିଜେଡିର ନୋଟିସ୍କୁ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡ଼ୁ ଗ୍ରହଣ କରିଛନ୍ତି। ଅଗଷ୍ଟ ୨ ତାରିଖ (ଗୁରୁବାର)ରେ ଏହି ପ୍ରସଙ୍ଗକୁ ରାଜ୍ୟସଭାରେ କ୍ଷୁଦ୍ର ଅବଧି ଅନ୍ତର୍ଗତ ଆଲୋଚନା କରାଯିବ। ପାଖାପାଖି ଦୁଇ ଘଣ୍ଟାର ଆଲୋଚନା ପରେ କେନ୍ଦ୍ର କୃଷିମନ୍ତ୍ରୀ ଜବାବ ରଖିବେ। ଉଲ୍ଲେଖଯୋଗ୍ୟ, ବିଜେଡି ପକ୍ଷରୁ ଏହି ପ୍ରସଙ୍ଗକୁ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଅନ୍ତର୍ଗତ ଆଲୋଚନା ପାଇଁ ନୋଟିସ୍ ଦିଆଯାଇଥିଲା। ଚଳିତମାସ ୪ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାନର ଏମ୍ଏସ୍ପିକୁ ୧୭୫୦ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଓଡ଼ିଶାରେ ଧାନର ଏମ୍ଏସ୍ପି ୨୯୩୦ ଟଙ୍କା ରଖିବା ଦାବିକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଥିଲା। ମୌସୁମୀ ଅଧିବେଶନରେ ଏହି ପ୍ରସଙ୍ଗ ସମ୍ପର୍କରେ ଲୋକସଭା ଓ ରାଜ୍ୟସଭାରେ ଆଲୋଚନା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us