ଏମ୍‌ଡିଏଚ୍‌ ମସଲାର ପ୍ରତିଷ୍ଠାତା ଧରମପାଲ ଗୁଲାଟିଙ୍କ ପରଲୋକ

ଏମ୍‌ଡିଏଚ୍‌ ମସଲାର ପ୍ରତିଷ୍ଠାତା ଧରମପାଲ ଗୁଲାଟିଙ୍କ ପରଲୋକ

ନୂଆଦିଲ୍ଲୀ:  ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍‌ର ମାଲିକ ଧରମପାଲ ଗୁଲାଟିଙ୍କର ୯୮ ବର୍ଷ ବୟସରେ ପରଲୋକ ଘଟିଛି। ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍‌ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି।

ଧରମପାଲ ଗୁଲାଟିଙ୍କୁ ଲୋକେ ‘ଦାଦାଜୀ’ ଓ 'ମହାଶୟଜୀ' ନାମରେ ମଧ୍ୟ ଜାଣନ୍ତି। ସେ ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିଲେ। ବଡ଼ ହେବା ପରେ ଧରାମପାଲ ଗୁଲାଟି ସିଆଲକୋଟରେ ତାଙ୍କ ପିତାଙ୍କ ମସଲା ବ୍ୟବସାୟରେ ଯୋଗ ଦେଇଥିଲେ। ମାତ୍ର ଦେଶ ବିଭାଜନ ପରେ ସେ  ଦିଲ୍ଲୀର କରୋଲବାଗରେ ଆସି ତାଙ୍କ ବ୍ୟବସାୟ ଚଳାଇଥିଲେ।

publive-image www.indiatoday.in

କରୋଲବାଗରେ ଥିବା ତାଙ୍କ ଦୋକାନରୁ ‘ମହାଶୟ’ ଧର୍ମପାଲ ଗୁଲାଟି ଭାରତର ଅନ୍ୟତମ ମସଲା ଉତ୍ପାଦନକାରୀ ଏମ୍‌ଡିଏଚ୍‌ର ନିର୍ମାଣ କରିଥିଲେ। ଘରେ ଘରେ ପରିଚିତ ପାଲଟିଥିବା ଏହି କମ୍ପାନିର ମାଲିକ ଧରମପାଲ ଗୁଲାଟି ତାଙ୍କର ସଫଳତା ପାଇଁ ୨୦୧୯ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିଥିଲେ।

ତାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶୋକ ପ୍ରକାଶ କରିଛନ୍ତି। ମନୀଷ ସିସୋଦିଆ ତାଙ୍କ ଟ୍ବିଟ୍‌ର ଆକାଉଣ୍ଟ୍‌ରେ ଧରମପାଲଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ଭାରତର ସବୁଠାରୁ ପ୍ରେରଣାଦାୟକ ଉଦ୍ୟୋଗୀ, ଏମ୍‌ଡିଏଚ୍‌ର ମାଲିକ ଧରମପାଲ ମହାଶୟଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ମୁଁ ଏପରି ପ୍ରେରଣାଦାୟକ ଏବଂ ଜୀବନ୍ତ ପ୍ରାଣକୁ କେବେବି ଭେଟି ନାହିଁ | ତାଙ୍କର ଆତ୍ମା ​​ଶାନ୍ତିରେ ରହୁୁ। ”

ମନୀଷ ସିସୋଦିଆଙ୍କ ପୋଷ୍ଟକୁ ସେୟାର କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ‘ଧରମପାଲ ଗୁଲାଟି ଜଣେ ପ୍ରେରଣାଦାୟକ ବ୍ୟକ୍ତିତ୍ୱ, ଯିଏ ସମାଜ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe