Me and he, two sides of the ocean. Photograph: (sambad.in)
ନୂଆଦିଲ୍ଲୀ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ପୁଣି ଥରେ ଆରଏସଏସ ସମ୍ପର୍କରେ ଏକ ବଡ଼ ବିବଦୀୟ ମନ୍ତବ୍ୟ ଦେଇଛନ୍ତି। ଯେଉଁଥିରେ ସେ ଆରଏସଏସ ବିରୁଦ୍ଧରେ ଦେଶର ବିବିଧତାକୁ ନଷ୍ଟ କରୁଥିବା ଅଭିଯୋଗ ଆଣିଛନ୍ତି। ସେ ତାଙ୍କର ସଦ୍ୟ ସାକ୍ଷାତକାରରେ ଏହା କହିଛନ୍ତି।
ଯେତେବେଳେ ତାଙ୍କୁ ମସଜିଦ ତଳେ ମନ୍ଦିର ଆବିଷ୍କାର ହେବା ବିଷୟରେ ପଚରାଗଲା, ସେ କହିଥିଲେ ଯେ, ଏସବୁ ଆରଏସଏସ ଏବଂ ମୋହନ ଭାଗବତଙ୍କ ସମର୍ଥକମାନେ କରୁଛନ୍ତି, ଯାହା ଦେଶର ବିବିଧତା ଏବଂ ବହୁଳତାକୁ କ୍ଷତି ପହଞ୍ଚାଉଛି। ଆରଏସଏସ ପ୍ରତିଷ୍ଠାତା ଡକ୍ଟର ହେଡଗେୱାରଙ୍କ ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଆରଏସଏସ ଦେଶକୁ ଏକ ଧର୍ମଭିତ୍ତିକ ରାଷ୍ଟ୍ର କରିବାକୁ ଚାହୁଁଛି, ଯାହା ଠିକ୍ ନୁହେଁ।
ସାକ୍ଷାତକାର ସମୟରେ ତାଙ୍କୁ ପଚରାଯାଇଥିଲା ଯେ, ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଥିଲେ, ପ୍ରତ୍ୟେକ ମସଜିଦ ତଳେ ମନ୍ଦିର ଖୋଜା ନଯାଉ। ଏହା ଉପରେ ଓୱାଇସି କହିଥିଲେ ଯେ, ଯଦି ସେମାନେ ପ୍ରକୃତରେ ଏହା ଚାହାନ୍ତି, ତେବେ ସେମାନେ ନିଜ ଲୋକଙ୍କୁ ଅଟକାଇବା ଉଚିତ୍। କାରଣ ଯେଉଁମାନେ କୋର୍ଟକୁ ଯାଉଛନ୍ତି ସେମାନେ ସମସ୍ତେ କୌଣସି ନା କୌଣସି ପ୍ରକାରେ ଆରଏସଏସ ଏବଂ ମୋହନ ଭାଗବତଙ୍କ ସମର୍ଥକ।
ସେ କହିଥିଲେ, ଯଦି ଏହି ଲୋକମାନଙ୍କୁ ରୋକା ନ ଯାଏଛି, ତେବେ ବୁଝାଯାଉଛି, ଏସବୁ ମୋହନ ଭାଗବତଙ୍କ ନିର୍ଦ୍ଦେଶରେ ଘଟୁଛି। ଏହା ଏକ ଦ୍ୱନ୍ଦ୍ୱର ରଣନୀତି ଯେ, ସଂଘର ଲୋକମାନେ ବିବୃତିରେ ଗୋଟିଏ କଥା କୁହନ୍ତି ଏବଂ ଅନ୍ୟ କିଛି କରନ୍ତି। ଯାହା ଦ୍ଵାରା ଦ୍ୱନ୍ଦ୍ୱର ପରିସ୍ଥିତି ରହିଥାଏ।
ଯେତେବେଳେ ତାଙ୍କୁ ମନ୍ଦିର-ମସଜିଦ ବିବାଦର ସମାଧାନ ବିଷୟରେ ପଚରାଗଲା, ସେ କହିଥିଲେ ଯେ, ଆମର ବିଚାରଧାରା ଏବଂ ସେମାନଙ୍କର ବିଚାରଧାରା ସମ୍ପୂର୍ଣ୍ଣ ଭିନ୍ନ। ଦୁଇ ବିଚାରଧାରା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ଓୱାଇସି କହିଥିଲେ, ଆମେ ଏବଂ ସଂଘ ସମୁଦ୍ରର ଦୁଇଟି ପାର୍ଶ୍ୱ ଯାହା କେବେବି ଏକ ହୋଇପାରିବ ନାହିଁ। ଏଥିପାଇଁ ସେ ଆରଏସଏସ ପ୍ରତିଷ୍ଠାତା ଡକ୍ଟର ହେଡଗେୱାର ଏବଂ ବରିଷ୍ଠ ନେତାମାନଙ୍କ ବକ୍ତବ୍ୟର ମଧ୍ୟ ଉଲ୍ଲେଖ କରିଥିଲେ।
ଅଧିକ ପଢ଼ନ୍ତୁ: ହାଇଦ୍ରାବାଦ ଅଗ୍ନିକାଣ୍ଡ: ମୃତକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ତାଙ୍କର ସଦ୍ୟତମ ସାକ୍ଷାତକାରରେ, ଓୱାଇସି କଂଗ୍ରେସ ସମେତ ସମସ୍ତ ରାଜନୈତିକ ଦଳଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଯଦି ବିଜେପି ବର୍ତ୍ତମାନ ଦେଶରେ କ୍ଷମତାରେ ଅଛି, ତେବେ ଏହା କେବଳ ଏବଂ କେବଳ ବିରୋଧୀଙ୍କ ଯୋଗୁ। କାରଣ ଦେଶରେ ବିରୋଧୀ ଦଳ ବିଫଳ ହୋଇଛି। ଏହା ବ୍ୟତୀତ ସେ ଅପରେସନ ସିନ୍ଦୂର, ୟୁସିସି ସମେତ ଅନେକ ବିଷୟରେ ନିଜର ମତପୋଷଣ କରିଥିଲେ।
ଅଧିକ ପଢ଼ନ୍ତୁ: ମହାପ୍ରଭୁଙ୍କର ସମ୍ପତ୍ତିର ସୁରକ୍ଷା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବଦ୍ଧପରିକର
asaduddin-owaisi | mohan-bhagwat
Follow Us