ସ‌ନ୍ଦେହଜନକ ‘ଆଇଟି’ କମ୍ପାନି ଘୋଷଣା କରୁଥିବା ‘ଅନ୍‌ଲାଇନ୍‌’ ଚାକିରି ପ୍ରତି ସତର୍କ ରହିବାକୁ କହିଲା ଭାରତ

Advertisment
ମହାମାରୀ ପରେ ଅଫିସ ଆସିବାକୁ ମହିଳା କର୍ମଚାରୀ ଅମଙ୍ଗ

Image Courtesy of Mint

ନୂଆଦିଲ୍ଲୀ: କେତେକ ସନ୍ଦେହଜନକ ‘ଆଇଟି’ କମ୍ପାନି ୧୦୦ରୁ ଅଧିକ କର୍ମଚାରୀଙ୍କୁ ପ୍ରଲୋଭିତ କରି ମିଆଁମାର୍‌ ନେଇଯିବା ପରେ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ଘୋଷଣା କରାଯାଉଥିବା ମିଥ୍ୟା ଚାକିରି ପ୍ରତି ସତର୍କ ରହିବାକୁ ଆଜି ଭାରତ ଦେଶବାସୀଙ୍କୁ ସତର୍କ କରାଇ ଦେଇଛି।

ଲୋଭନୀୟ ‘ଆଇଟି’ ଚାକିରି ଦେବା ଛଳନାରେ ମିଆଁମାର୍‌ର ସୁଦୂର ଅଞ୍ଚଳକୁ ନିଆଯାଇଥିବା ଭାରତୀୟଙ୍କ ମଧ୍ୟରୁ ଏଯାବତ୍‌ ସରକାରୀ କର୍ତ୍ତୃପକ୍ଷମାନେ ୩୨ଜଣଙ୍କୁ ଉଦ୍ଧାର କରିଛନ୍ତି। ବାକି ୬୦ଜଣଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ କର୍ତ୍ତୃପକ୍ଷମାନେ ଥାଇଲାଣ୍ଡ୍‌ ଓ ମିଆଁମାର୍‌ କର୍ତ୍ତୃପକ୍ଷଙ୍କ ସହିତ ମିଶି ଅଭିଯାନ ଚଳାଇଛନ୍ତି।

publive-image Image Courtesy of Pardaphas

ଜାରି କରିଥିବା ବିବୃତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଥାଇଲାଣ୍ଡ୍‌ରେ ‘ଡିଜିଟାଲ୍‌ ସେଲ୍‌ସ୍‌ ଆଣ୍ଡ୍‌ ‌ମାର୍କେଟିଙ୍ଗ୍‌ ଏକ୍ଜିକ୍ୟୁଟିଭ୍‌’ ପଦବୀ ପାଇଁ ଭାରତୀୟ ଯୁବକମାନଙ୍କୁ ପ୍ର‌ଲୋଭିତ କରୁଥିବା ‘ଫେକ୍‌ ଜବ୍‌’ ରାକେଟ୍‌ଗୁଡ଼ିକୁ ଥାଇଲାଣ୍ଡ୍‌ ଓ ମିଆଁମାର୍‌ରେ ଥିବା ଭାରତୀୟ ମିସନ୍‌ ଚିହ୍ନଟ କରିଛି। ‘କଲ୍‌ ସେଣ୍ଟର୍‌’ ଦୁର୍ନୀତି ଏବଂ ‘କ୍ରିପ୍‌ଟୋ କରେନ୍‌ସି’ ଜାଲିଆତିରେ ସମ୍ପୃକ୍ତ ଥିବା ସନ୍ଦେହଜନକ ‘ଆଇଟି’ କମ୍ପାନିଦ୍ବାରା ଉକ୍ତ ରାକେଟ୍‌ ସବୁ ପରିଚାଳିତ ହେଉଛନ୍ତି।

ତେଣୁ, ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ଅଥବା ଅନ୍ୟାନ୍ୟ ମାଧ୍ୟମରେ ପ୍ରସାରିତ ହେଉଥିବା ଏଭଳି ‘ଫେକ୍‌ ଜବ୍‌ ଅଫର୍‌’‌ଦ୍ବାରା ପ୍ରଲୋଭିତ ନ ହେବା ପାଇଁ ଭାରତୀୟମାନଙ୍କୁ ପରାମର୍ଶ ଦିଆଯାଉଛି।

ପ୍ରଲୋଭନରେ ପଡୁଥିବା ଅଧିକାଂଶ ବ୍ୟକ୍ତିମାନ‌ଙ୍କୁ ବେଆଇନ ଭାବେ ଦେଶର ସୀମା ପାର କରାଇ ମିଆଁମାରକୁ ନିଆଯାଇ ସେଠାରେ ପଣବନ୍ଦୀ ରଖାଯାଇ ଅତି କଦର୍ଯ୍ୟ ପରିବେଶରେ କାମ କରିବାକୁ ବାଧ୍ୟ କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe