ଶେଖ ହସିନାଙ୍କ ପ୍ରତ୍ୟାର୍ପଣ ହେବ କି ? କଣ କହିଲା ବୈଦେଶିକ ମନ୍ତ୍ରାଳୟ ?

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ପକ୍ଷରୁ କୌଣସି ସମ୍ଭାବ୍ୟ ଦାବି ପ୍ରସଙ୍ଗରେ ଭାରତ ଶୁକ୍ରବାର ବିସ୍ତୃତ ଭାବେ କହିବାକୁ ମନା କରିଦେଇଛି।

hasina

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ପକ୍ଷରୁ କୌଣସି ସମ୍ଭାବ୍ୟ ଦାବି ପ୍ରସଙ୍ଗରେ ଭାରତ ଶୁକ୍ରବାର (୩୦ ଅଗଷ୍ଟ ୨୦୨୪) ବିସ୍ତୃତ ଭାବେ କହିବାକୁ ମନା କରିଦେଇଛି। ତେବେ ପଡ଼ୋଶୀ ଦେଶରେ ଅଶାନ୍ତି ଯୋଗୁଁ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଅଟକି ରହିଥିବା ଭାରତ ସ୍ୱୀକାର କରିଛି।

ବାଂଲାଦେଶକୁ ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ ପାଇଁ ଦାବି କରିବାର ସମ୍ଭାବନା ସମ୍ପର୍କରେ ପଚରାଯିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ଏହା ଏକ କଳ୍ପନାତ୍ମକ ପ୍ରସଙ୍ଗ ଉପରେ ଆଧାରିତ ମାମଲା। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସୁରକ୍ଷା କାରଣରୁ ଖୁବ୍ କମ୍ ସମୟ ମଧ୍ୟରେ ଭାରତ ଆସିଥିଲେ ବୋଲି ଆମେ ପୂର୍ବରୁ ମଧ୍ୟ କହିସାରିଛୁ।

ବାଂଲାଦେଶରେ ହିଂସାତ୍ମକ ଛାତ୍ର ଆନ୍ଦୋଳନ ପରେ ଶେଖ ହସିନା ଅଗଷ୍ଟ ୫ ରେ ଇସ୍ତଫା ଦେଇଥିଲେ ଏବଂ ଭାରତ ଆସିଥିଲେ । ବର୍ତ୍ତମାନ ସେ ଭାରତର ଏକ ସୁରକ୍ଷିତ ସ୍ଥାନରେ ଅଛନ୍ତି, ଯଦିଓ ଭାରତୀୟ ଅଧିକାରୀମାନେ ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଇନାହାଁନ୍ତି। ବାଂଲାଦେଶର ଅନେକ ବିରୋଧୀ ଦଳ ଶେଖ୍ ହସିନାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାରକୁ ଦାବି କରିଛନ୍ତି। କିନ୍ତୁ ବାଂଲାଦେଶର ଅନ୍ତରୀଣ ସରକାର ଏପର୍ଯ୍ୟନ୍ତ ତାଙ୍କ ପ୍ରତ୍ୟାର୍ପଣ ପାଇଁ ଦାବି କରିନାହାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe