ଯାନ୍ତ୍ରିକ ତ୍ରୁଟି: ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

Advertisment

ଯାତ୍ରୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଓ ୨ ବିଜେପି ବିଧାୟକ

ଯାତ୍ରୀଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଓ ୨ ବିଜେପି ବିଧାୟକ

ଏକୁଟିଆ ଯାତ୍ରା କରୁଥିବା ମହିଳାମାନଙ୍କ ପାଇଁ ଇଣ୍ଡିଗୋ କଲା ଏହି ସ୍ୱତନ୍ତ୍ର ବ୍ୟବସ୍ଥା

Image Courtesy of India Today

ଗୌହାଟୀ: ଗୌହାଟୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ସକାଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏକ ଇଣ୍ଡିଗୋ ବିମାନ (୬ଇ୨୬୫୨) ଜରୁରୀ ଅବତରଣ କରିଛି। ବିମାନଟି ଦିବ୍ରୁଗଡ଼ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ବେଳେ ଅଚାନକ ଇଂଜିନରେ ତ୍ରୁଟି ଠାବ ହୋଇଥିଲା। ଏହା ପ୍ରାୟ ୧୫ ମିନିଟ୍‌ ଉଡ଼ାଣ କରିବା ପରେ ଗତିପଥ ବଦଳାଇ ଗୌହାଟି ବିମାନ ବନ୍ଦର ଅଭିମୁଖେ ଆସିଥି‌ଲା। ସେଠାରେ ପାଇଲଟ ସଫଳତାର ସହ ବିମାନ ଅବତରଣ କରାଇଥିଲେ। ଏହି ବିମାନରେ ପ୍ରାୟ ୧୫୦ ଜଣ ଯାତ୍ରୀଥିଲେ । ସେମାନଙ୍କ ମଧ୍ୟରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି ଏବଂ ବିଜେପିର ଦୁଇ ଜଣ ବିଧାୟକ ମଧ୍ୟ ଥିବା ଜଣାପଡ଼ିଛି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ଅଣାଯିବା ପରେ ବିମାନର ଯାଞ୍ଚ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe