କୋଭିଡ ଦାୟିତ୍ୱରେ ନିୟୋଜିତ ହୋଇପାରନ୍ତି ମେଡିକାଲ ଓ ନର୍ସିଙ୍ଗ ଛାତ୍ରଛାତ୍ରୀ

Advertisment
କୋଭିଡ ଦାୟିତ୍ୱରେ ନିୟୋଜିତ ହୋଇପାରନ୍ତି ମେଡିକାଲ ଓ ନର୍ସିଙ୍ଗ ଛାତ୍ରଛାତ୍ରୀ

Narayana Medical College

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ କରୋନା ସଙ୍କଟ ମଧ୍ୟରେ ଦେଶରେ ଅମ୍ଳଜାନ ଏବଂ ଔଷଧ ଅଭାବ ସମ୍ପର୍କରେ ବିଶେଷଜ୍ଞଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି | ଯେଉଁଥିରେ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ କରୋନା ଯୋଗୁଁ ଦେଶର ସ୍ୱାସ୍ଥ୍ୟ ସେବା ଖରାପ ସ୍ଥିତିରେ ଗତି କରୁଥିବାବେଳେ ମେଡିକାଲ ଛାତ୍ରମାନଙ୍କୁ କୋଭିଡ ଡ୍ୟୁଟିରେ ନିୟୋଜିତ କରାଯିବା ଉଚିତ। ଏହି ବୈଠକରେ ନିଟ ପରୀକ୍ଷା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଡାକ୍ତରଙ୍କ ଅଭାବ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଛି।

ସୂଚନା ଅନୁଯାୟୀ, ଏମବିବିଏସ୍ ଏବଂ ନର୍ସିଂର ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ କୋଭିଡ ଡ୍ୟୁଟିରେ ରଖାଯାଇପାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ ବର୍ତ୍ତମାନ କୋଭିଡ ଡ୍ୟୁଟି କରୁଥିବା ଡାକ୍ତର ଏବଂ ନର୍ସମାନଙ୍କୁ ସରକାରୀ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବ ଏବଂ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ସରକାର ପ୍ରଦାନ କରିବେ। ସୂଚନା ଥାଉ ଯେ ଏହି ବୈଠକରେ ମହାମାରୀକୁ ରୋକିବାରେ ମାନବ ସମ୍ବଳର ସ୍ଥିତି ସମୀକ୍ଷା କରାଯାଇଥିଲା।

publive-image photo-ANI

ସୂଚନା ଥାଉ ଯେ ଦେଶରେ କରୋନା ସଂକ୍ରମଣର ହାର ବଢ଼ିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ପଜିଟିଭଙ୍କ ସଂଖ୍ୟା ୩ ଲକ୍ଷ ୯୨ ହଜାରରେ ପହଞ୍ଚିଛି | ଏଥିସହ ୩୬୮୯ ଜଣ ଲୋକ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe