ମେଡିକାଲ କଲେଜ ଦୁର୍ନୀତି ମାମଲା: ୬ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଚାର ବିଭାଗୀୟ ହାଜତକୁ ପଠାଗଲା

ମେଡିକାଲ କଲେଜ ଦୁର୍ନୀତି ମାମଲା: ୬ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଚାର ବିଭାଗୀୟ ହାଜତକୁ ପଠାଗଲା

ନୂଆଦିଲ୍ଲୀ : ମେଡିକାଲ କଲେଜ ଦୁର୍ନୀତି ମାମଲାରେ କେନ୍ଦ୍ରିୟ ତଦନ୍ତ ବ୍ୟୁରୋ (ସିବିଆଇ) ଦ୍ୱାରା ଗିରଫ ହୋଇଥିବା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଅେଇଏମ କୁଦ୍ଦୁସିଙ୍କ ସହ ୫ଜଣ ଅଭିିଯୁକ୍ତ ବିପି ଯାଦବ, ପଲାସ ଯାଦବ, ରାମଦେବ ସାରସ୍ୱତ, ବିଶ୍ୱନାଥ ଅଗ୍ରଓ୍ଵାଲ ଓ ଭାବନା ପାଣ୍ଡେଙ୍କୁ ଆଜି ଦିଲ୍ଲୀର ତିସ୍‌ ହଜାରୀ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଜି ଅପରାହ୍ନରେ ୬ ଜଣ ଅଭିଯୁକ୍ତଙ୍କୁ ତିସ୍‌ ହଜାରୀ କୋର୍ଟର ସିବିଆଇ ସ୍ୱତନ୍ତ୍ର ଜଜ୍‌ ମନୋଜ ଜୈନଙ୍କ ଇଜଲାସରେ ହାଜର କରାଯାଇଥିଲା। ୬ ଜଣ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିବାପରେ ଅଧିକ ଜେରା କରିବାପାଇଁ ୪ ଦିନିଆ ରିମାଣ୍ଡରେ ନେଇଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ଆଜି ଯେତେବେଳେ ୬ ଜଣ ଅଭିଯୁକ୍ତଙ୍କୁ ସ୍ୱତନ୍ତ୍ର ସିବିଆଇ ଜଜ୍‌ଙ୍କ ଇଜଲାସରେ ହାଜର କରାଗଲା ସିବିଆଇ ଦ୍ୱାରା ଆହୁରି ତିନି ଦିନର ରିମାଣ୍ଡ୍‌ ପାଇଁ ଜଜ୍‌ଙ୍କ ନିକଟରେ ଆବେଦନ କରିଥିଲେ। ସିବିଆଇର ଓକିଲ ଜଜ୍‌ଙ୍କ ନିକଟରେ ୩ ଦିନର ରିମାଣ୍ଡ ଆବେଦନ ସପକ୍ଷରେ ଯୁକ୍ତି ବାଢି କହିଥିଲେ ୪ ଦିନିଆ ରିମାଣ୍ଡ ଅବଧିରେ ପଚରାଉଚୁରା ଓ ଜେରା ସମୟରେ ଅଭିଯୁକ୍ତମାନେ ସହଯୋଗ କରିନଥିଲେ। ମେଡିକାଲ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ଗିରଫ କରାଯିବା ସମୟରେ ଜବତ କରାଯାଇଥିବା ବିଭିନ୍ନ ଡକ୍ୟୁମେଣ୍ଟ, କଲ ଡିଟେଲ୍ସ ତଥା ଅର୍ଥ କାରବାରରେ ଅଭିଯୁକ୍ତମାନେ ସିଧାସଳଖ କୌଣସି ପ୍ରସଙ୍ଗ ସ୍ୱିକାର କରୁନଥିବାରୁ ସେମାନଙ୍କୁ ଆହୁରି ଅଧିକ ଜେରା କରାଯିବା ଆବଶ୍ୟକ ବୋଲି ସିବିଆଇ ଓକିଲମାନେ ଯୁକ୍ତି ବାଢିଛନ୍ତି। ଅପରପକ୍ଷେ ଅଭିଯୁକ୍ତମାନଙ୍କ ପକ୍ଷରୁ ସିବିଆଇର ରିମାଣ୍ଡ ଆବେଦନକୁ ବିରୋଧ କରାଯାଇଥିଲା। ଅଭଯୁକ୍ତଙ୍କ ଓକିଲମାନେ ଦାବି କରିଛନ୍ତି ଯେ, ସିବିଆଇ ଦ୍ୱାରା ଯେଭଁଭଳି ଭାବେ ଗିରଫଦାରୀ କରାଯାଇଥିଲା ତାହା ବେଆଇନ। ଗିରଫଦାରୀ ସିବିଆଇ ଦ୍ୱାରା ୧୯ ତାରିଖରେ କରାଯାଇଥିଲା। ହେଲେ ସିବିଆଇ ୨୪ ଘଣ୍ଟା ଭିତରେ ସେମାନଙ୍କୁ ଅଦାଲତରେ ହାଜର କରିନଥିଲେ। ୨୧ ତାରିଖରେ ଅଦାଲତରେ ହାଜର କରାଯାଇଥିଲା ଯାହା ବେଆଇନ। ଏତଦ୍‌ବ୍ୟତୀୟ ସିବିଆଇ ଦ୍ୱାରା ଗିରଫ କରାଯିବା ସମ୍ପର୍କୀତ କୌଣସି କେସ୍‌ ଡାଏରୀ ମଧ୍ୟ କୋର୍ଟରେ ଉପସ୍ଥାପନ କରାଯାଇନଥିଲା। ଏହି ମାମଲାରେ କୌଣସି ପବ୍ଲିକ୍‌ ସର୍ଭ୍ୟାଣ୍ଟକୁ ଚିହ୍ନଟ କରାଯାଇନାହିଁ। ଅତଏବ ଏହା ପ୍ରିଭେନସନ୍‌ ଅଫ କରପ୍ସନ୍‌ ଆକ୍ଟ ମାମଲା ପରିସରକୁ ଆସୁନାହିଁ ବୋଲି ଅଭଯୁକ୍ତମାନଙ୍କର ଓକିଲମାନଙ୍କ ଦ୍ୱାରା କୋର୍ଟରେ ନିଜର ତର୍କରେ କହିଥିଲେ। ୪ ଦିନର ରିମାଣ୍ଡରେ ଯେତେବେଳେ ସିବିଆଇ କୌଣସି ପ୍ରକାର ତଥ୍ୟା ପାଇପାରିନାହିଁ କେଉଁ ଆଧାରରେ ସିବିଆଇ ପୁଣି ୩ ଦିନର ରିମାଣ୍ଡ ଆବେଦନ କରୁଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଦୁଇ ପକ୍ଷଙ୍କର ଯୁକ୍ତି ଶୁଣିବାପରେ ଜଜ୍‌ ମନୋଜ ଜୈନ ୬ ଜଣ ଅଭିଯୁକ୍ତଙ୍କୁ ତିହାର ଜେଲକୁ ପଠାଇ ଦିଆଯାଇଛି। ଅପରପକ୍ଷେ ଆଜି ୬ ଜଣ ଅଭିଯୁକ୍ତମାନଙ୍କ ମଧ୍ୟରୁ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇଏମ କୁଦ୍ଦୁସି ଓ ଅନ୍ୟତମ ଅଭିଯୁକ୍ତ ଭାବନା ପାଣ୍ଡେଙ୍କ ଦ୍ୱାରା ଜାମିନ ଆବେଦନ କରାଯାଇଥିଲା। ଏହାର ଶୁଣାଣି ସେପ୍ଟେମ୍ବର ୨୭ରେ ହେବ ବୋଲି ଜଜ୍‌ ମନୋଜ ଜୈନ କହିଥିଲେ। ତିହାର ଜେଲକୁ ଯିବା ସମୟରେ ଅଭିଯୁକ୍ତ ଭାବନା ପାଣ୍ଡେ କହିଥିଲେ ତାଙ୍କୁ ଏହି ମାମଲାରେ ସିବିଆଇ ଅଯଥାରେ ଫସାଇଦେଇଛି ଏବଂ ତାଙ୍କୁ କୌଣସି ପଚରାଉଚୁରା କରାଯାଇନାହିଁ ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe