ଡ୍ରାଇଭରଙ୍କ ମହାନତା: ଭଉଣୀ ସ୍ମୃତିରେ ଗଢ଼ିଥିବା ଡାକ୍ତରଖାନାକୁ ସଂଗରୋଧ କେନ୍ଦ୍ର ପାଇଁ ଦାନକଲେ

ଡ୍ରାଇଭରଙ୍କ ମହାନତା: ଭଉଣୀ ସ୍ମୃତିରେ ଗଢ଼ିଥିବା ଡାକ୍ତରଖାନାକୁ ସଂଗରୋଧ କେନ୍ଦ୍ର ପାଇଁ ଦାନକଲେ

କୋଲକାତା: ସମ୍ପ୍ରତି ବିଶ୍ବବ୍ୟାପୀ ମହାମାରୀ କରୋନାର ପ୍ରକୋପ ଦିନକୁ ଦିନ ବଡ଼ି ଚାଲିଥିବା ବେଳେ ଏହାର ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯାଉଛିା ତେବେ ଏଥିପାଇଁ ବିଭିନ୍ନ ରାଷ୍ଟ୍ର ସାଧାରଣ ଜୀବନଯାତ୍ରାକୁ ଅଚଳ କରିଦେଉଥିବା ଲକ୍‌ଡାଉନ୍‌ ପରି କଠୋର ପଦକ୍ଷେପ ମଧ୍ୟ ଆପଣାଇବାକୁ ବାଧ୍ୟ ହୋଇଛନ୍ତିିା ଅପରପକ୍ଷେ, କ୍ରମବଦ୍ଧିର୍ଷ୍ଣୁ କରୋନା ଆକ୍ରାନ୍ତଙ୍କ ତତ୍କାଳ ଚିକିତ୍ସା ଏବଂ ସନ୍ଦିଗ୍ଧମାନଙ୍କୁ ସଂଗରୋଧରେ ରଖି ପରୀକ୍ଷାନିରୀକ୍ଷା କରିବା ହିଁ ପ୍ରମୁଖ ଚିନ୍ତାର କାରଣ ସାଜିଛିା ତେବେ ଏହି ପରିପ୍ରେକ୍ଷୀରେ କୋଲକାତାର ଜଣେ ଗାଡି଼ ଚାଳକଙ୍କ ମହାନତା ହିଁ ଚର୍ଚ୍ଚାର ବିଷୟ ହୋଇଛିା ଦୁଇ ବର୍ଷ ତଳେ ସେ ନିଜ ଭଉଣୀଙ୍କ ସ୍ମୃତିରେ ଗଡ଼ିଥିବା ଏକ ୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲକୁ ପଶ୍ଚିମବଙ୍ଗ ସରକାରଙ୍କୁ ଦାନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ସାଜିଛନ୍ତିା ସାମ୍ପ୍ରତିକ ପରିସ୍ଥିତିରେ ଉକ୍ତ ଡାକ୍ତରଖାନାକୁ ସରକାର ଏକ କୋଭିଡ୍–୧୯ ସଂଗରୋଧ କେନ୍ଦ୍ର ଖୋଲିବା ପାଇଁ ସେ ଦେଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ପ୍ରଶାସନ ରାଜି ହୋଇଥିବା ଜଣାଯାଇଛିା

ମିଳିଥିବା ସୂଚନାନୁଯାୟୀ, ମହମ୍ମଦ ସୈଦୁଲ୍ ଲସ୍କର ନାମକ ଏହି ୪୫ ବର୍ଷୀୟ ଗାଡି଼ ଚାଳକ ଜଣକ ଦୀର୍ଘବର୍ଷ ଧରି ଟ୍ୟାକ୍ସି ଚଳାଇ ନିଜର ଗୁଜରାଣ ମେଣ୍ଟାଉଥିଲୋ ୨୦୦୪ ମସିହାରେ ତାଙ୍କ ସାନ ଭଉଣୀ ମାରୁଫାଙ୍କର ନିମୋନିଆରେ ମୃତ୍ୟୁ ଘଟିବା ପରେ ସେ ଖୁବ୍ ମର୍ମାହତ ହୋଇପଡି଼ଥିଲୋ ତେବେ ଜୀବନରେ ସୁବିଧା ମିଳିଲେ ସାଧାରଣ ଲୋକଙ୍କୁ ଚିକିତ୍ସା ସେବା ଉପଲବ୍ଧ ହେଉଥିବା ଭଳି ଡାକ୍ତରଖାନାଟିଏ ସ୍ଥାପନ କରିବା ପାଇଁ ତାଙ୍କ ମନରେ ଗୋଟେ ଗୋପନ ଇଚ୍ଛା ସଂଚରିତ ହୋଇଥିଲାା ମନକୁ ଦୃଢ଼ କରି ଏଥିପାଇଁ ସେ ନିଜ ପେଟରୁ ଦାନା କାଟି କାଟି କିଛି ସ‌ୟ କରିବାକୁ ମଧ୍ୟ ଲାଗିପଡି଼ଲୋ ଟ୍ୟାକ୍ସି ବ୍ୟବସାୟ ମଧ୍ୟ ଦିନକୁ ଦିନ ବଡ଼ିଚାଲିଥିଲାା କିଛି ଦିନ ପରେ ଦକ୍ଷିଣ କୋଲକାତାର ବରୁଇପୁର ଅନ୍ତର୍ଗତ ପୁନରି ଗାଁରେ ସେ ବଡ଼ ଜାଗାଟିଏ କିଣିବାକୁ ସମର୍ଥ ହୋଇଥିଲୋ ପରେ ନିଜର ଚାରିଟି ଯାକ ଗାଡି଼ ଏବଂ ନିଜ ପତ୍ନୀ ସମିମାଙ୍କ ଅଳଙ୍କାରପତ୍ର ବିକିବା ସହ ବିଭିନ୍ନ ସ୍ଥାନରୁ ଋଣ ଯୋଗାଡ଼ କରି ସେହି ଜାଗା ଉପରେ ଏକ କୋଠା ନିର୍ମାଣ କରିଥିଲୋ ଶେଷରେ ତାହା ଏକ ୫୦ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ ହୋଇଥିଲାା ମାତ୍ର କରୋନାର ବିଭୀଷିକା ହିଁ ତାଙ୍କୁ ଭିନ୍ନ ବାଟ ଦେଖାଇଥିଲାା ନିଜ ପତ୍ନୀ ଓ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହ ଆଲୋଚନା କରି ସେହି ଡାକ୍ତରଖାନାକୁ କରୋନା ରୋଗୀଙ୍କ ଉେଦ୍ଦଶ୍ୟରେ ଉତ୍ସର୍ଗ କରିବା ପାଇଁ ସେ ଶେଷରେ ନିଷ୍ପତ୍ତି ନେଇଥିଲୋ । ଏହା ସମୟର ଆହ୍ବାନ ବୋଲି ନିଜ ମତାମତରେ ଲସ୍କର କହିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe