ପ୍ରକାଶ ପାଇଲା ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-୨୦୨୧’ ଫଳ, ୧ ନମ୍ବର ରାଙ୍କରେ ୩ ଛାତ୍ର

Advertisment
ଜିଲ୍ଲାସ୍ତରରେ ୪୨% ଡାକ୍ତରୀ ପଦବି ଖାଲି

Daily Times

ନୂଆଦିଲ୍ଲୀ : ପ୍ରକାଶ ପାଇଲା ମେଡିକାଲ୍ ପ୍ରବେଶିକା ପରୀକ୍ଷା ‘ନିଟ୍-୨୦୨୧’ ଫଳ।  ତିନି ଜଣ ଛାତ୍ର ସର୍ବଭାରତୀୟସ୍ତରରେ ୧ ନମ୍ବର ସ୍ଥାନରେ ରହିଛନ୍ତି। ସେମାନେ ହେଲେ ତେଲେଙ୍ଗାନାର ମୃଣାଳ କୁଟ୍ଟେରି, ଦିଲ୍ଲୀର ତନ୍ମୟ ଗୁପ୍ତା ଓ ମହାରାଷ୍ଟ୍ରର କାର୍ତ୍ତିକ ଜି ନାୟାର । ନିଟ୍ ପରୀକ୍ଷା ଫଳ  neet.nta.nic.in ଓ ntaresults.ac.in. ୱେବସାଇଟରେ ଉପଲବ୍ଧ ହେଉଥିବା ବେଳେ ପରୀକ୍ଷାର୍ଥୀଙ୍କ ଫଳାଫଳ ସେମାନଙ୍କୁ ଇମେଲ୍ ଯୋଗେ ପଠାଇ ଦିଆଯାଇଛି। ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ଦେଶର ୧୬ଲକ୍ଷ ଛାତ୍ରଛାତ୍ରୀ ଦେଇଥିଲେ। ସେପଟେମ୍ବର ୧୨ ତାରିଖରେ ନିଟ୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସର୍ବଭାରତୀୟ ସ୍ତରରେ ୭୫ତମ ସ୍ଥାନ ହାସଲ କରିଥିବା ନେକ୍ତନ ସ୍ବାତୀ ଶ୍ରବଣ ମିଶ୍ର ଓଡ଼ିଶା ଟପ୍ପର ହୋଇଥିବା ସୂଚନା ହସ୍ତଗତ ହୋଇଛି। ସେ ଭୁବନେଶ୍ବରସ୍ଥିତ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲର ଛାତ୍ର ବୋଲି ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe