ଯୌନ ନିର୍ଯାତନା ଓ ଦୁଷ୍କର୍ମର ଶିକାର ହୋଇଥିବା ବାଳିକା ଆଶ୍ରୟ ଗୃହର ୩୪ଜଣଙ୍କ କରୁଣ କାହାଣୀ..

Advertisment
ଯୌନ ନିର୍ଯାତନା ଓ ଦୁଷ୍କର୍ମର ଶିକାର ହୋଇଥିବା ବାଳିକା ଆଶ୍ରୟ ଗୃହର ୩୪ଜଣଙ୍କ କରୁଣ କାହାଣୀ..

ମୁଜାଫରପୁର (ବିହାର): ବିହାର ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳନାଧୀନ ମୁଜାଫରପୁରସ୍ଥିତ ଆଶ୍ରୟ ଗୃହରେ ଥିବା ମହିଳା ଅନ୍ତେବାସୀମାନଙ୍କୁ ଯୌନ ନିର୍ଯାତନା ଦିଆଯିବା ସହ ସେମାନଙ୍କୁ ଦୁଷ୍କର୍ମ କରାଯିବା ଘଟଣା ଏବେ ଦେଶ ବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି କରିଛି। ଏହି ଆଶ୍ରୟ ଗୃହରେ ଅନ୍ତେବାସିନୀ ଥିବା ୪୨ଜଣ ମହିଳା ଓ ଯୁବତୀଙ୍କ ମଧ୍ୟରୁ ୨୯ ଜଣଙ୍କ ସହ ଯୌନ ସଂପର୍କ ସ୍ଥାପିତ ହୋଇଥିବା ଡାକ୍ତରୀ ପରୀକ୍ଷା ପରେ ସ୍ପଷ୍ଟ ହୋଇଥିଲା । କିନ୍ତୁ ଶନିବାର ଏନେଇ ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି କି, ମୁଜାଫରପୁରସ୍ଥିତ ଆଶ୍ରୟ ଗୃହରେ ଥିବା ୪୨ଜଣଙ୍କ ମଧ୍ୟରୁ ୨୯ଜଣଙ୍କ ସହ ନୁହେଁ ବରଂ ୩୪ଜଣଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ତେବେ ଦୁଷ୍କର୍ମର ଶିକାର ହୋଇଥିବା ବାଳିକାମାନଙ୍କ ବୟସ ୭ରୁ ୧୩ବର୍ଷ ବୟସ ମଧ୍ୟରେ ହେବ ବୋଲି ଅନୁମାନ କରାଯାଇଛି। ଏଯାବତ୍‌ ଏହି ମାମଲାରେ ୧୧ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୦ଜଣଙ୍କୁ ଗିରଫ କରାଯାଇଛି।

publive-image

ମୁଜାଫରପୁରର ବରିଷ୍ଠ ପୁଲିସ ଅଧ୍ୟକ୍ଷକ ହରପ୍ରୀତ କୌର ଶନିବାର କହିଛନ୍ତି କି, ସେଲଟର ହୋମ ୨୯ଜଣ ନୁହନ୍ତି ବରଂ ୩୪ଜଣ ବାଳିକାଙ୍କ ସହିତ ଦୁଷ୍କର୍ମ କରାଯାଇଛି। ଗତ ସପ୍ତାହରେ ୪୨ଜଣ ବାଳିକାଙ୍କ ଡାକ୍ତରିମାଇନା କରାଯାଇଥିଲା ସେଥିମଧ୍ୟରୁ ୨୯ଜଣଙ୍କ ରିପୋର୍ଟରେ ଦୁଷ୍କର୍ମ ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ୨୯ ପରିବର୍ତ୍ତେ ୩୪ଜଣ ବାଳିକା ଦୁଷ୍କର୍ମର ଶିକାର ହୋଇଥିବା ତାଜା ରିପୋର୍ଟ ଶନିବାର ପ୍ରକାଶ ପାଇଛି। ଏହି ଆଶ୍ରୟ ଗୃହରୁ ଚାରିଜଣ ବାଳିକା ଗତ ୨୦୧୩ ଡିସେମ୍ବର ୧୫ରୁ ନିଖୋଜ ଥିବା ଅଭିଯୋଗ ହୋଇଥିଲା। ତେବେ, ଏମାନଙ୍କ ମଧ୍ୟରୁ ୩ ଜଣ ବାଳିକାଙ୍କର ମୁତ୍ୟୁ ଘଟିଛି। ଦୁଇ ଜଣଙ୍କର ମୁତ୍ୟୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଅନ୍ୟତ୍ର ମୁତ୍ୟୁ ଘଟିଥିବା ରେକର୍ଡ ଯାଞ୍ଚ କାଳରେ ଜଣାପଡ଼ିଛି।

publive-image

ଦୁଷ୍କର୍ମର ଶିକାର ହୋଇଥିବା ପୀଡିତାମାନେ ଏହି ଦୁଃଖଦ ଘଟଣା ସମ୍ପର୍କରେ ବଖାଣି କହନ୍ତି, ଯେମିତି ସନ୍ଧ୍ୟା ହୁଏ, ସମସ୍ତଙ୍କ ମନରେ ଆତଙ୍କ ଖେଳି ଯାଏ। ସାରା ରାତି ଭୟରେ କଟି ଯାଏ। ପ୍ରତିଦିନ ରାତିରେ ନିର୍ଯାତନା ଓ ଦୁଷ୍କର୍ମର ଶିକାର ହେବାକୁ ପଡେ। ଏ ବିଷୟରେ ଯାହାଙ୍କୁ କହିଲେ ବି କେହି କିଛି ଶୁଣି ନଥଆନ୍ତି। ତେବେ ଯିଏ ଏଥିପାଇଁ ମୁହଁ ଖୋଲେ ତାକୁ ମାଡ ଖାଇବା ସହିତ ଇନ୍‌ଜେକ୍‌ସନ୍‌ ବି ଦିଆଯାଇଥାଏ। ଆଶ୍ରକୁ ଏନ୍‌ଜିଓର ଲୋକମାନଙ୍କ ବ୍ୟତୀତ ବାହାର ଲୋକ ବି ଆସି ଦୁଷ୍କର୍ମ କରି ଥାଆନ୍ତି। ଅନେକ ବାଳିକାଙ୍କୁ ଆଶ୍ରମରୁ ବି ବାହାରକୁ ନିଆଯାଇ ଦୁଷ୍କର୍ମ କରାଯାଇଛି। ତା’ପର ଦିନ ପୁଣି ତାକୁ ଆଶ୍ରମରେ ଆଣି ଛାଡ଼ି ଦିଆଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe