ଜମ୍ମୁ-କଶ୍ମୀର: ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେଲେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିବା ମେଡିକାଲ୍‌ ଟିମ୍‌

Advertisment
ଜମ୍ମୁ-କଶ୍ମୀର: ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶିକାର ହେଲେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଯାଇଥିବା ମେଡିକାଲ୍‌ ଟିମ୍‌

news.abplive.com

ବୁଦ୍‌ଗମ୍‌: ଜମ୍ମୁ-କଶ୍ମୀରର ବଡ଼ଗାମ୍ ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଏକ ସ୍ବାସ୍ଥ୍ୟକର୍ମୀ ଦଳକୁ କିଛି ସ୍ଥାନୀୟ ଲୋକେ ମିଶି ଆକ୍ରମଣ କରିଛନ୍ତି ବୋଲି ଜାଣିବାକୁ ମିଳିଛି। ବଡ଼ଗାମର ୱାଥରାରେ ଥିବା ଏକ ଘରକୁ ଯାଇଥିବା ବେଳେ ଏହି ସ୍ବାସ୍ଥ୍ୟକର୍ମୀ ଦଳଙ୍କୁ ଆକ୍ରମଣ ହୋଇଥିବା ସୂଚନା ରହିଛି। ସେମାନେ ଘର ଘର ବୁଲି ସ୍ଥାନୀୟ ଲୋକଙ୍କ ଭିତରେ .କୋଭିଡ୍ ୧୯ ଭାଇରସ୍‌ ଅଛି କି ନାହିଁ ବୋଲି ତଥ୍ୟ ସଂଗ୍ରହ କରୁଥିବା ଅବସ୍ଥାରେ ସ୍ଥାନୀୟ ଲୋକ ରାଗରେ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ ବୋଲି ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

ବଡ଼ଗାମ୍ ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ଆମୋଦ ନାଗପୁରେଙ୍କ କହିବାନୁଯାୟୀ, ‘ଟିମ୍‌ ତାଙ୍କ କାମ କରିବାକୁ ସଂପୃକ୍ତ ଅଞ୍ଚଳକୁ ଯାଇଥିଲା। ମାତ୍ର ସେଠାରେ ପହଞ୍ଚିବା ପରେ ଭିନ୍ନ କିଛି ଘଟିଲା। ସ୍ଥାନୀୟ ଲୋକେ ଆକ୍ରମଣ କରିଛନ୍ତି ବୋଲି ମେଡିକାଲ୍‌ ଟିମ୍‌ ପୁଲିସ୍‌କୁ ସୂଚୀତ କରିବା ପରେ ପୁଲିସ୍‌ ଯାଇ ସେଠାରେ ପହଞ୍ଚିଲା। ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ୩ ଜଣ ପୁଲିସ୍‌ କର୍ମୀ ବି ଆହତ ହୋଇଛନ୍ତି। ପୁଲିସ୍‌ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ମିଶି ଟେକାପଥର ଫୋପାଡ଼ିଥିଲେ। ଯାହାବି ହେଉ, ପୁଲିସ୍‌ ସ୍ବାସ୍ଥ୍ୟକର୍ମୀଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲା।’

ଏସ୍‌ପି ଆହୁରି ବି କହିଛନ୍ତି ଯେ, ‘ସ୍ଥାନୀୟ ଲୋକଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମାମଲା ରୁଜୁ କରିଛୁ। ସ୍ବାସ୍ଥ୍ୟକର୍ମୀ ଓ ପୁଲିସ୍‌କୁ ଆକ୍ରମଣ କରୁଥିବା ସେ ସମସ୍ତ ଲୋକଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe