ବିଜେପି ପକ୍ଷରୁ ନିଆରା ଢ଼ଙ୍ଗରେ ରାହୁଲ ଗାନ୍ଧିଙ୍କ ବୀର ସାବରକର ବୟାନର ପ୍ରତିବାଦ

Advertisment

‘ମୁଁ ସାବରକର ଅଟେ’ ଟୋପି ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଜେପି ବିଧାୟକ

‘ମୁଁ ସାବରକର ଅଟେ’ ଟୋପି ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଜେପି ବିଧାୟକ

ବିଜେପି ପକ୍ଷରୁ ନିଆରା ଢ଼ଙ୍ଗରେ ରାହୁଲ ଗାନ୍ଧିଙ୍କ ବୀର ସାବରକର ବୟାନର ପ୍ରତିବାଦ

Image Source-India Today

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ବୀର ସାବରକରଙ୍କୁ ନେଇ ଦେଇଥିବା ବୟାନକୁ କେନ୍ଦ୍ର କରି ମହାରାଷ୍ଟ୍ରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ରାହୁଲ ଗାନ୍ଧୀ ବୀର ସାବରକରଙ୍କୁ ଅପମାନିତ କରିବା କୌଣସି ସ୍ଥିତିରେ ବି ଗ୍ରହଣୀୟ ନୁହେଁ ବୋଲି ଶିବସେନା ଚେତାଇ ଦେବା ସହ ରାହୁଲ ଦେଶର ଇତିହାସକୁ ଭଲ ଭାବେ ପଢ଼ିବାକୁ ପରାମର୍ଶ ଦେଇଥିଲା।

ଏଣେ ବିଜେପି ପକ୍ଷରୁ ଏକ ନିଆରା ଢ଼ଙ୍ଗରେ ଏହାର ପ୍ରତିବାଦ କରାଯାଇଛି। ମହାରାଷ୍ଟ୍ରର ନାଗପୁରଠାରେ ଚାଲିଥିବା ଶୀତ ଅଧିବେଶନରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନବିସଙ୍କ ସମେତ ବିଜେପିର ସମସ୍ତ ବିଧାୟକ ‘ମୁଁ ସାବରକର ଅଟେ’(ମି ପନ୍ ସାବରକର) ଟୋପି ପିନ୍ଧି ପହଞ୍ଚିଥିଲେ । ସେମାନେ ବିଧାନସଭା ପରିସରରେ ରାହୁଲ ଗାନ୍ଧୀଙ୍କ ବୟାନକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯେପର୍ଯ୍ୟନ୍ତ ରାହୁଲ କ୍ଷମା ନ ମାଗିଛନ୍ତି,ଯେ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି ସେପର୍ଯ୍ୟନ୍ତ ଏହି ପ୍ରତିବାଦ ଜାରି ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

publive-image Photo Credit: PTI

ସୂଚନାଯୋଗ୍ୟ, ରାହୁଲ ଏକ ରାଲିରେ କହିଥିଲେ, ଦେଶକୁ ଦୁଷ୍କର୍ମର ରାଜଧାନୀ ବୋଲି ଦେଇଥିବା ମନ୍ତବ୍ୟ ପାଇଁ ମୁଁ କ୍ଷମା ମାଗିବି ନାହିଁ। ମୁଁ ରାହୁଲ ଗାନ୍ଧି, ରାହୁଲ ସାବରକର ନୁହେଁ ବୋଲି ସେ କହିଥିଲେ।
ରାହୁଲଙ୍କ ଏହି ବୟାନକୁ ଶିବସେନା ଦୁର୍ଭାଗ୍ୟପୂର୍ଣ୍ଣ କହିଥିଲା ବେଳେ ଏହା କଂଗ୍ରେସର ଦୋମୁହାଁ ଚରିତ୍ର ବୋଲି କହିଥିଲେ ମାୟାବତୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe