ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାରଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଉପସ୍ଥାପନ କରିବାକୁ କଂଗ୍ରେସର ଦାବି

ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାରଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଉପସ୍ଥାପନ କରିବାକୁ କଂଗ୍ରେସର ଦାବି

image source--india today

ପାଟନା: ଆଗାମୀ ବିହାର ବିଧାନସଭା ନିର୍ବାଚନରେ କିଏ ଆରଜେଡି ଏବଂ କଂଗ୍ରେସ ମେଣ୍ଟର କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରାଯିବ, ସେଥିନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆରଜେଡିର ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଭାବେ ଉପସ୍ଥାପନ କରିବା ଲାଗି ପ୍ରୟାସ ଆରମ୍ଭ ହୋଇଛି।  କଂଗ୍ରେସ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି କୁହାଯାଉଛି। ଖାଲି କଂଗ୍ରେସ ନୁହେଁ, ମହାମେଣ୍ଟର ଅନ୍ୟ ଦଳମାନେ ଏହାକୁ ସ୍ବୀକାର କରିବାକୁ ନାରାଜ।
ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ଆଉ ଜଣଙ୍କ ନାଆଁକୁ ନେଇ ବିହାରରେ ଚର୍ଚ୍ଚା ଜୋର୍ ଧରିଛି। କଂଗ୍ରେସ ଦଳର ବରିଷ୍ଠ ନେତ୍ରୀ ତଥା ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପନ କରାଯିବାକୁ ନେଇ ଆରଜେଡି ଉପରେ ଚାପ ପ୍ରୟୋଗ କରୁଥିବା ଜଣାଯାଇଛି।

publive-image image source--ndtv

କଂଗ୍ରେସ ଦଳର ତିନିଜଣ ବରିଷ୍ଠ ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଉପସ୍ଥାପତି କରାଯିବା ନେଇ ପ୍ରଶ୍ନ ଉଠାଇଛନ୍ତି। ବରିଷ୍ଠ ନେତା ପ୍ରେମଚାନ୍ଦ ମିଶ୍ର କହିଛନ୍ତି ଯେ, କଂଗ୍ରେସରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କର ଅଭାବ ନାହିଁ। ସେ ଲୋକସଭାର ପୂର୍ବତନ ବାଚସ୍ପତି ମୀରା କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସବୁଠାରୁ ଯୋଗ୍ୟ ବୋଲି ବି କହିଛନ୍ତି।

ଦଳର ଅନ୍ୟତମ ବରିଷ୍ଠ ନେତା ସକିଲ ଅହମ୍ମଦ କହିଛନ୍ତି ଯେ, ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ଉପରେ ହାଇକମାଣ୍ଡ ନିଷ୍ପତ୍ତି ନେବେ। ତେବେ ଦଳ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଅଛି। ଅନ୍ୟତମ ନେତା ଅନୀଲ ଶର୍ମା କହିଛନ୍ତି ଯେ, କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏକାକୀ ନିର୍ବାଚନ ଲଢିବାର ଦକ୍ଷତା ରଖେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe