ମିରଟ: ଭାଇ କହିଦେବାରୁ ଚିକିତ୍ସା କଲେନି ଡାକ୍ତର। ମିରଟରେ ଘଟିଛି ଏଭଳି ଅଜବ ଘଟଣା। ସୋମବାର ଦିନ ମିରଟ ଜିଲ୍ଲା ହସ୍ପିଟାଲରେ ଏହାକୁ ନେଇ ହଙ୍ଗାମା ହୋଇଥିଲା ବୋଲି ଜଣାପଡ଼ିଛି। ଜଣେ ଭାରତୀୟ କିଷାନ ୟୁନିଅନ (BKU) ଅଧିକାରୀ ନିଜ ଝିଅର ଚିକିତ୍ସା କରିବାକୁ ଡାକ୍ତରଖାନା ଯାଇଥିଲେ। ହେଲେ ଡାକ୍ତର ତାଙ୍କର ଚିକିତ୍ସା କରିନଥିଲେ। କାରଣ ସେ ଡାକ୍ତରଙ୍କୁ ଭାଇ ବୋଲି କହିଦେଇଥିଲେ। ଏହି ଘଟଣାରେ କ୍ରୋଧିତ ହୋଇ, BKU କର୍ମୀମାନେ ଜିଲ୍ଲା ସଭାପତି ଅନୁରାଗ ଚୌଧୁରୀଙ୍କ ନେତୃତ୍ୱରେ ହସ୍ପିଟାଲରେ ଧରଣା ଦେଇଥିଲେ। କିଛି ଘଣ୍ଟା ପରେ ସେମାନଙ୍କୁ ହାତ ଯୋଡି ହସ୍ପିଟାଲ ଇନଚାର୍ଜ କ୍ଷମା ମାଗିବାରୁ ଧରଣା ଶେଷ ହୋଇଥିଲା।
ମୁଣ୍ଡବିନ୍ଧା ପାଇଁ ଆସିଥିଲେ ହସ୍ପିଟାଲ
ସୂଚନା ମୁତାବକ, ଏହି ଘଟଣାଟି ଘଟିଥିଲା ମିରଟର ପ୍ୟାରେଲାଲ ଶର୍ମା ଜିଲ୍ଲା ହସ୍ପିଟାଲରେ। ବିକେୟୁ ଜିଲ୍ଲା ସମ୍ପାଦକ ବିଟ୍ଟୁ ଜଙ୍ଗେଠି ତାଙ୍କ ୬ବର୍ଷର ଝିଅ ଶିବାଂଶୀଙ୍କୁ ନେଇ ଡାକ୍ତରଖାନା ଆସିଥିଲେ। ମୁଣ୍ଡବିନ୍ଧା କାରଣରୁ ଝିଅକୁ ଶିଶୁ ରୋଗ ବିଶେଷଜ୍ଞଙ୍କ ପାଖକୁ ନେଇଥିଲେ ବିଟ୍ଟୁ। ଅଭିଯୋଗ ହୋଇଛି ଯେ, ଯେତେବେଳେ ସେ ଡାକ୍ତରଙ୍କୁ ଭାଇ ବୋଲି ଡାକିଲେ, ସେତେବେଳେ ଡାକ୍ତର ରାଗିଯାଇ ବିଟ୍ଟୁଙ୍କୁ ଅପମାନିତ କରିଥିଲେ ଏବଂ ଅଭଦ୍ର ବ୍ୟବହାର କରି ଚିକିତ୍ସା କରିବାକୁ ମନା କରିଦେଇଥିଲେ।
ପ୍ରେସ୍କ୍ରିପସନକୁ ଫୋପାଡ଼ି ଦେଲେ ଡାକ୍ତର
ଏହା ପରେ ବିବାଦ ବଢ଼ିବା ସହିତ ଡାକ୍ତର ରାଗରେ ପ୍ରେସ୍କ୍ରିପସନକୁ ଫୋପାଡ଼ି ଦେଇଥିଲେ ଏବଂ ହସ୍ପିଟାଲ ଗାର୍ଡଙ୍କୁ ଡାକିଥିଲେ। କେବଳ ସେତିକି ନୁହେଁ, ସେ ପୁଲିସ ଡାକିବାକୁ ଧମକ ଦେଇ ୧୧୨କୁ ଫୋନ୍ କରିଥିଲେ। ଏହା ଦେଖି ବିଟ୍ଟୁ ତୁରନ୍ତ ଜିଲ୍ଲା ସଭାପତି ଅନୁରାଗ ଚୌଧୁରୀଙ୍କୁ ଜଣାଇଥିଲେ। ସୂଚନା ପାଇବା ପରେ ଚୌଧୁରୀଙ୍କ ସହିତ ଶହ ଶହ କର୍ମୀ ଜିଲ୍ଲା ହସ୍ପିଟାଲରେ ପହଞ୍ଚି କାର୍ଯ୍ୟକାରୀ ଅଧୀକ୍ଷକ ଡାକ୍ତର ଯୋଗେଶ ଅଗ୍ରୱାଲଙ୍କୁ ଅଭିଯୋଗ କରିଥିଲେ।
କ୍ଷମା ମାଗିଲେ କାର୍ଯ୍ୟକାରୀ ଅଧୀକ୍ଷକ
କାର୍ଯ୍ୟକାରୀ ଅଧୀକ୍ଷକ ଡାକ୍ତର ଯୋଗେଶ ଅଗ୍ରୱାଲଙ୍କ କୋଠରୀରେ ଆଲୋଚନା କରିବା ସମୟରେ, କର୍ମୀମାନେ ଅସନ୍ତୁଷ୍ଟ ହୋଇ ତଳେ ଧାରଣାରେ ବସିପଡ଼ିଥିଲେ। ଏହି ଉତ୍ତେଜନାପୂର୍ଣ୍ଣ ପରିବେଶରେ, ଶିବାଂଶୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥିଲା, ଯାହା ଦେଖି ସମସ୍ତେ ଭୟଭୀତ ହୋଇଯାଇଥିଲେ। ଏହା ଦେଖି ଡାକ୍ତରମାନେ ତୁରନ୍ତ ତାଙ୍କର ଚିକିତ୍ସା ଆରମ୍ଭ କଲେ। ବିରୋଧ ବଢ଼ୁଥିବା ଦେଖି ଯୋଗେଶ ଅଗ୍ରୱାଲ ହାତ ଯୋଡ଼ି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ସମସ୍ତେ ଶାନ୍ତ ପଡ଼ିଥିଲେ।
ଆହୁରି ପଢ଼ନ୍ତୁ: Toilet Gods In Ancient Civilisations!: ଶୌଚାଳୟ ଦେବତା! ମଳତ୍ୟାଗ ସହିତ ଜଡ଼ିତ ଅଦ୍ଭୁତ ଦେବଦେବୀମାନଙ୍କ ବିଷୟରେ ଜାଣନ୍ତୁ!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/12/16/meerut-doctor-2025-12-16-16-57-13.jpg)