Navbharat Times
ଗାଜିଆବାଦ: ଉତ୍ତରପ୍ରଦେଶରେ କରୋନା ମାମଲା ମଧ୍ୟରେ ଅବହେଳାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗାଜିଆବାଦରେ କରୋନା ପଜିଟିଭ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ଶବ ବଦଳାଇ ଦିଆଯାଇଥିଲା। ମୋଦିନଗରରେ ଜଣେ କରୋନା ପଜିଟିଭ ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହ ମେରଟର ଏକ ପରିବାରକୁ ପଠାଇ ଦିଆଯାଇଥିଲା। ସେହିପରି ମେରଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ମୋଦିନଗରକୁ ପଠାଯାଇଥିବା ଜଣାପଡ଼ିଥିଲା।
ତେବେ ଶ୍ମଶାନ ଘାଟରେ ଯେତେବେଳେ ଅନ୍ତିମ ସଂସ୍କାର ସମୟରେ ମୋଦିନଗରରେ ମୃତଦେହର ଚେହେରା ଦେଖା ଯାଇଥିଲା ସେତେବେଳେ ଉତ୍ତେଜନା ଆରମ୍ଭ ହୋଇ ଯାଇଥିଲା।
ପ୍ରକୃତରେ, ମୋଦିନଗର ବାସିନ୍ଦାଙ୍କୁ ଚିକିତ୍ସା ପାଇଁ ମେରଟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। କୋରନା ଲକ୍ଷଣ ଦେଖା ଦେବା ପରେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା। ଏହି ପରୀକ୍ଷା ରିପୋର୍ଟ ତାଙ୍କର ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କର ଗତ ଶନିବାର ଦେହାନ୍ତ ହୋଇଯାଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଥିଲା। ମୃତ୍ୟପରେ ତାଙ୍କ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରି ଦିଆଯାଇଥିଲା।
National Heraldରବିବାର ସକାଳେ ମୃତଦେହକୁ ଶବଦାହ କରାଯାଉଥିବା ବେଳେ ପରିବାର ଲୋକେ ଚେହେରା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାହା ଅନ୍ୟ ଜଣଙ୍କ ଶରୀର ଥିଲା | ଏହାପରେ ମେରଟ ପ୍ରଶାସନକୁ ଖବର ଦିଆଯାଇଥିଲା | ଏହି ଘଟଣାର ଯାଂଚ ପାଇଁ ଏକ ଟିମ୍ ଗଠନ କରାଯାଇ ମେଡିକାଲ କଲେଜକୁ ପଠାଯାଇଛି।
ଡିଏମ ଏହି ଘଟଣାକୁ ନେଇ କହିଛନ୍ତି, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Follow Us