ଅଲଟ୍ରାସାଉଣ୍ଡ ପରେ ମୁସ୍କାନ ଗର୍ଭବତୀ ଥିବା ସ୍ପଷ୍ଟ କଲେ ଡାକ୍ତର

Advertisment

ମିରଟର ସୌରଭ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ପତ୍ନୀ ମୁସ୍କାନ ରସ୍ତୋଗୀ ଏବେ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଛି। ପ୍ରେମିକ ସହ ମିଶି ସ୍ବାମୀ ସୌରଭଙ୍କୁ ହତ୍ୟା କରି ୧୫ଖଣ୍ଡ କରିବା ସହ ଏକ ପାଣି ଡ୍ରମରେ ସିମେଣ୍ଟ କରିଦେଇଥିଲା ମୁସ୍କାନ।

ମିରଟର ସୌରଭ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ପତ୍ନୀ ମୁସ୍କାନ ରସ୍ତୋଗୀ ଏବେ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଛି। ପ୍ରେମିକ ସହ ମିଶି ସ୍ବାମୀ ସୌରଭଙ୍କୁ ହତ୍ୟା କରି ୧୫ଖଣ୍ଡ କରିବା ସହ ଏକ ପାଣି ଡ୍ରମରେ ସିମେଣ୍ଟ କରିଦେଇଥିଲା ମୁସ୍କାନ।

wret

ମିରଟ: ମିରଟର ସୌରଭ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ପତ୍ନୀ ମୁସ୍କାନ ରସ୍ତୋଗୀ ଏବେ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଛି। ପ୍ରେମିକ ସହ ମିଶି ସ୍ବାମୀ ସୌରଭଙ୍କୁ ହତ୍ୟା କରି ୧୫ଖଣ୍ଡ କରିବା ସହ ଏକ ପାଣି ଡ୍ରମରେ ସିମେଣ୍ଟ କରିଦେଇଥିଲା ମୁସ୍କାନ। ଗର୍ଭବତୀ ଥିବା ନେଇ ଲକ୍ଷଣ ଦେଖାଯିବାରୁ ମୁସ୍କାନକୁ ଜେଲରୁ ବାହାରକୁ ଅଣାଯାଇଥିଲା। ଜେଲରୁ ତାକୁ ସିଧାସଳଖ ମେଡିକାଲ କଲେଜକୁ ନିଆଯିବା ପରେ ସେଠାରେ ଅଲ୍ଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ଯାଞ୍ଚ କରାଯାଇଥିଲା। ପ୍ରାୟ ଦୁଇ ଘଣ୍ଟା ବାହାରେ ରହିବା ପରେ, ତାକୁ ପୁଣି ଜେଲକୁ ପଠାଇ ଦିଆଯାଇଥିଲା। ଅଲ୍ଟ୍ରାସାଉଣ୍ଡରେ ମୁସ୍କାନଙ୍କ ଗର୍ଭବତୀତା ନିଶ୍ଚିତ ହୋଇଛି। ଏବେ ତାକୁ ଜେଲରେ ଗର୍ଭବତୀ ମହିଳାଙ୍କ ପାଇଁ ମିଳୁଥିବା ସୁବିଧା ଯୋଗାଇ ଦିଆଯିବ। ମୁସ୍କାନ ଏବେ ୪ ରୁ ୬ ସପ୍ତାହର ଗର୍ଭବତୀ ଥିବା କୁହାଯାଉଛି। 

ମୁସ୍କାନ ଗର୍ଭବତୀ ଥିବା ଖବର ପାଇ ମୃତ ସୌରଭଙ୍କ ପରିବାର ଆଶ୍ଚର୍ଯ୍ୟ ହୋଇଛନ୍ତି। ସୌରଭଙ୍କ ଭାଇ ବବଲୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ମୁସ୍କାନ ଗର୍ଭରେ ବଢ଼ୁଥିବା ପିଲାଟି ତାଙ୍କ ଭାଇ ସୌରଭଙ୍କର ହୁଏ, ତେବେ ସେ ନିଶ୍ଚିତ ଭାବରେ ତାଙ୍କୁ ଗ୍ରହଣ କରିବେ। କିନ୍ତୁ ଏହା ପୂର୍ବରୁ, ପିଲାଟିର ଡିଏନଏ ଟେଷ୍ଟ କରାଯିବା ଉଚିତ, ଯାହା ଦ୍ୱାରା ସତ୍ୟ ଜଣାପଡ଼ିବ ଯେ ପିଲାଟି ସୌରଭଙ୍କର ନା ମୁସ୍କାନର ପ୍ରେମିକ ସାହିଲ ଶୁକ୍ଳାର।

ତେବେ ମୁସ୍କାନ ଏବଂ ସୌରଭଙ୍କର ଏକ ୬ବର୍ଷର ଝିଅ ଅଛି। ସୌରଭଙ୍କ ପରିବାର ଝିଅକୁ ନିଜ ପାଖରେ ରଖିବାକୁ ଚାହୁଥିବା ବେଳେ ମୁସ୍କାନର ପରିବାର ଏଥିରେ ରାଜି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe