ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍ ଡ୍ରାଇଭର ପାଲଟିଲେ ପୂଜା ଦେବୀ, ପିଲାଟି ଦିନରୁ ଦେଖି ଆସୁଥିବା ସ୍ବପ୍ନ ସାକାର ହେଲା

Advertisment
ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ବସ୍ ଡ୍ରାଇଭର ପାଲଟିଲେ ପୂଜା ଦେବୀ, ପିଲାଟି ଦିନରୁ ଦେଖି ଆସୁଥିବା ସ୍ବପ୍ନ ସାକାର ହେଲା

zeenews.india.com

ଜମ୍ମୁ: ଜମ୍ମୁ-କଶ୍ମୀରର କାଠୁଆ ଜିଲ୍ଲାରେ ପୂଜା ଦେବୀ ନାମକ ଜଣେ ମଧ୍ୟବୟସ୍କା ଉପତ୍ୟକାର ପ୍ରଥମ ମହିଳା ବସ୍ ଡ୍ରାଇଭର ଭାବେ ବେଶ୍‌ ଚର୍ଚ୍ଚା ପାଲଟିଛନ୍ତି। ତିନି ସନ୍ତାନର ମାତା ପୂଜା ଦେବୀ ଗୁରୁବାର ପ୍ରଥମ ଥର ପାଇଁ ଜମ୍ମୁର କାଠୁଆ ମାର୍ଗରେ ଗାଡ଼ି ଚଳାଇଥିଲେ। ସେ ଜମ୍ମୁର କାଠୁଆ ରାଜପଥରେ ବସ୍ ଚଳାଉଥିବା ବେଳେ ତାଙ୍କ ପୁଅ ତାଙ୍କ ସହ ଥିଲେ।

ମହିଳା ଜଣକ ବସ୍‌ ଚଳାଉଥିବାର ଏକ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହା ଚର୍ଚ୍ଚାର ପରିସରକୁ ଆସିଥିଲା। ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଲିଙ୍ଗଗତ ଅସମାନତାକୁ ପଛରେ ପକାଇ ଏକ ପୁରୁଷ ପ୍ରାଧାନ୍ୟ ପେସାରେ ଯୋଗ ଦେଇଥିବାରୁ ପୂଜା ଦେବୀଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି।

ନିକଟରେ ଏକ ନ୍ୟୁଜ୍‌ ଚ୍ୟାନେଲ୍‌ରେ ସାକ୍ଷାତ୍‌କାର ଦେଇ ପୂଜା ଦେବୀ କହିଛନ୍ତି କି ସେ ପିଲାଟି ଦିନରୁ ଜଣେ ବସ୍‌ ଡ୍ରାଇଭର୍‌ ହେବାର ଇଚ୍ଛା ରଖିଥିଲେ। ଏକ ଗରିବ ପରିବାରରେ ଜନ୍ମ ହୋଇଥିବା କାରଣରୁ ଅଧିକ ପାଠ ପଢ଼ି ପାରି ନଥି‌ଲେ ପୂଜା ଦେବୀ। ସେହି କାରଣରୁ ସେ ଅନେକ ସମୟରେ ଦୁଃଖୀ ଅନୁଭବ କରନ୍ତି ବୋଲି ମଧ୍ୟ କହିଛନ୍ତି।

ଏହି ମଧ୍ୟ ବୟସ୍କା ମହିଳା ଜଣକ ନିଜ ମାମୁ ରାଜୀନ୍ଦରଙ୍କଠାରୁ ବସ୍‌ ଚାଳନା ପାଇଁ ପ୍ରଶିକ୍ଷଣ ପାଇଥିବା କହିଛନ୍ତି। ସେ ଆହୁରି ବି କହିଛନ୍ତି କି ତାଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କୁ ତାଙ୍କ ପରିବାର ଓ ସମାଜ ସହ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ସେ ପୂର୍ବରୁ ଭାରୀ ଯାନ ଚଳାଇବାକୁ ଲାଇସେନ୍ସ ପାଇଁ ଆବେଦନ ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe