୬୦,୦୦୦ ମହୁମାଛିଙ୍କୁ ୪ଘଣ୍ଟା ଧରି ନିଜ ମୁହଁ ଉପରେ ବସାଇ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁ ସାମିଲ କଲେ କେରଳ ଯୁବକ

୬୦,୦୦୦ ମହୁମାଛିଙ୍କୁ ୪ଘଣ୍ଟା ଧରି ନିଜ ମୁହଁ ଉପରେ ବସାଇ ଗିନିଜ ୱାର୍ଲ୍ଡ ରେକର୍ଡରେ ନିଜ ନାଁ ସାମିଲ କଲେ କେରଳ ଯୁବକ

NDTV.com

ତିରୁବନନ୍ତପୁରମ: ମହୁମାଛିର ନାଁ ଶୁଣିଲେ ଅନେକ ଲୋକ ଥରିବା ଆରମ୍ଭ କରନ୍ତି | ଯେଉଁଠି ମହୁଫେଣା ଥାଏ ସେହି ଅଞ୍ଚଳକୁ ଯିବା ପାଇଁ କେହି ସାହସ ମଧ୍ୟ କରନ୍ତି ନାହିଁ | କିନ୍ତୁ କେରଳର ଜଣେ ଯୁବକଙ୍କ ମହୁମାଛି ପ୍ରତି ଥିବା ଭଲ ପାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ମହୁମାଛି ପ୍ରତି ଥିବା ତାଙ୍କ ଭଲ ପାଇବା ପାଇଁ ଏବେ ତାଙ୍କ ନାଁ ଗିନିଜ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି | ସେ ମହୁମାଛିକୁ ନିଜ ସାଙ୍ଗ ଭଳି ଭାବୁଥିବା ବେଳେ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ତାଙ୍କ ନିଜ ମୁହଁରେ ବସିବାକୁ ଦିଅନ୍ତି | ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ, ୨୪ ବର୍ଷୀୟ ଏମଏସ ଏହି ରେକର୍ଡ ହାସଲ କରିବା ପାଇଁ ଚାରି ଘଣ୍ଟା, ୧୦ ମିନିଟ୍ ଏବଂ ପାଞ୍ଚ ସେକେଣ୍ଡ ପର୍ଯ୍ୟନ୍ତ ମହୁମାଛିକୁ ନିଜ ମୁହଁ ଉପରେ ବସାଇଥିଲେ | ଭାଇରାଲ ହେଉଥିବା ଫଟୋରେ ଏମଏସଙ୍କ ମୁହଁରେ ହଜାର ହଜାର ମହୁମାଛି ବସିଥିବାର ଦେଖାଯାଇଛି |

 ଏମଏସଙ୍କ କହିବା ମୁତାବକ, ମହୁମାଛି ମୋର ସବୁଠାରୁ ଭଲ ବନ୍ଧୁ ଏବଂ ମୁଁ ଚାହେଁ ମୋ ଭଳି ଅନ୍ୟମାନେ ମଧ୍ୟ ମୋ ସାଙ୍ଗମାନଙ୍କୁ ଭଲ ପାଆନ୍ତୁ। ମହୁମାଛିଙ୍କୁ ମୋ ମୁହଁ ଉପରେ ବସାଇବା ସମୟରେ ମୋ ବାପାଙ୍କ ଉପଦେଶ ସବୁବେଳେ ମୋ ମନକୁ ଆସିଥାଏ ଏବଂ ମୋ ମନରୁ ସବୁ ଭୟ ଦୂର ହୋଇଯାଇଥାଏ । ମୋ ବାପା ମୋତେ ସର୍ବଦା ମହୁମାଛି ସହିତ ଶାନ୍ତ ରହିବାକୁ ଏବଂ ସେମାନଙ୍କୁ ବନ୍ଧୁ ପରି ବ୍ୟବହାର କରିବାକୁ ଶିଖାଇଥିଲେ । ପ୍ରଥମେ ମୋ ବାପା ରାଣୀ ମହୁମାଛିକୁ ମୋ ହାତରେ ରଖିଥିଲେ | କିଛି ସମୟ ପରେ ଶହ ଶହ ମହୁମାଛିମାନେ ରାଣୀ ମହୁମାଛିକୁ ବଞ୍ଚାଇବା ପାଇଁ ଆସିଥିଲେ | ଚାହୁଁ ଚାହୁଁ ହଜାର ହଜାର ମହୁମାଛି ମୋ ହାତରେ ଆସି ବସିଥିଲେ  | ପ୍ରଥମେ ପ୍ରଥମେ ମୋତେ ଡର ଲାଗିଥିଲେ ମଧ୍ୟ ମୁଁ ଧୀରେ ଧୀରେ ମୋ ଭୟକୁ ଦୂର କରିଥିଲି | ପର ଦିନ ମୁଁ ମୋ ମୁଣ୍ଡରେ ରାଣୀ ମହୁମାଛି ରଖିଥିଲି | ଏଭଳି କରି ମୁଁ ମହୁମାଛିକୁ ମୋ ମୁହଁ ଉପରେ ବସିବାର ଅଭ୍ୟାସ ଆରମ୍ଭ କରିଥିଲି | ୭ବର୍ଷ ବୟସରୁ ମୁଁ ଏଭଳି ଅଭ୍ୟାସ କରିବା ଆରମ୍ଭ କରିଥିଲି | ଏବେ ମୁଁ ପ୍ରାୟ ୬୦,୦୦୦ ମହୁମାଛିକୁ ମୋ ମୁହଁରେ ବସାଇ ପାରୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe