ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବେ ସିବିଆଇ ଅଫିସର୍ ‌ଗଗନଦୀପ ଗମ୍ଭୀର ଏବଂ ମନୋଜ ଶଶୀଧର

Advertisment
ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବେ ସିବିଆଇ ଅଫିସର୍ ‌ଗଗନଦୀପ ଗମ୍ଭୀର ଏବଂ ମନୋଜ ଶଶୀଧର

www.oneindia.com

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ନେଇ ସାରିଛି। ବିହାରର ଗଗନଦୀପ ଗମ୍ଭୀର ଏବଂ ମନୋଜ ଶଶୀଧର ଏହି ମାମଲାର ଦତନ୍ତ ଦାୟିତ୍ବ ନେଇଥିବା ଜାଣିବାକୁ ମିଳିଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ ତ‌ାଙ୍କ ବାପା କେକେ ସିଂହ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ନାମରେ ପ୍ରତାରଣା ଓ ଟଙ୍କା ହଡ଼ପ ପରି ଗମ୍ଭୀର ଆରୋପ ଲଗାଇବା ପରେ ବିହାର ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସୁଶାନ୍ତଙ୍କ ବାପା ମାମଲାର ସିବିଆଇ ତଦନ୍ତ ଦାବି କରିବା ପରେ ବିହାର ସରକାରଙ୍କ ସୁପାରିସ କ୍ରମେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏବେ ଏହି ମାମଲା ସିବିଆଇ ତଦନ୍ତ କରିବ।

publive-image India Today

ସୁଶାନ୍ତଙ୍କ ମାମଲାର ତଦନ୍ତ ଭାର ନେଇଥିବା ଦୁଇ ଅଧିକାରୀଙ୍କ ମଧ୍ୟରୁ ଗଗନଦୀପ ଗମ୍ଭୀର ହେଉଛନ୍ତି ୨୦୦୪ ମସିହାର ଆଇପିଏସ୍‌। ସେ ରାଜକୋଟ ସମେତ ବିଭିନ୍ନ ଜିଲ୍ଲାରେ ବରିଷ୍ଠ ପୁଲିସ୍‌ ଅଧୀକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି। ସେ ଗତ ବର୍ଷଠାରୁ ସିବିଆଇରେ ଅଛନ୍ତି ଏବଂ ଅନେକ ହାଇ ପ୍ରୋଫାଇଲ୍ ତଦନ୍ତ ଭାର ସମ୍ଭାଳିଛନ୍ତି। ବେଆଇନ ଖଣି ମାମଲାରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସଂପୃକ୍ତିକୁ ନେଇ ଗମ୍ଭୀର ତଦନ୍ତ କରିଥିଲେ। ଏହା ପରେ ତାଙ୍କୁ ଶ୍ରୀଜାନ ସ୍କାମ ଏବଂ ସାମ୍ବାଦିକ ଉପେନ୍ଦ୍ର ରାୟଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା।

ସେହିପରି ଶଶୀଧର ହେଉଛନ୍ତି ଗୁଜୁରାଟ କାଡ୍‌ରର ୧୯୯୪ ମସିହାର ଆଇପିଏସ୍‌ ଅଧିକାରୀ। ଶଶୀଧର ‌ହେଉଛନ୍ତି ସିବିଆଇର ଯୁଗ୍ମ ନିର୍ଦେଶକ। ସେ ଭଦୋଦରା ପୁଲିସ୍‌ କମିସନର ଭାବେ ନିଯୁକ୍ତି ପାଇଥିବା ସହ ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ୍‌ର ଡେପୁଟି କମିସନର, ଅହମ୍ମଦାବାଦ୍‌ ପୁଲିସ୍‌ର ଯୁଗ୍ମ କମିସନର ଓ ଗୁଜୁରାଟର ୫ଟି ଜିଲ୍ଲାରେ ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ଭାବେ କାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe