ବୈଠକ ଶେଷ : ସରକାରଙ୍କ ବର୍ଷେ ପାଇଁ ଆଇନ ଉପରେ ରୋକ ଲଗାଇବା ପ୍ରସ୍ତାବକୁ ଖାରଜ କଲା କୃଷକ ସଂଗଠନ

Advertisment

ଆଗାମୀ ବୈଠକ ଜାନୁଆରି ୨୨ରେ

ଆଗାମୀ ବୈଠକ ଜାନୁଆରି ୨୨ରେ

ବୈଠକ ଶେଷ : ସରକାରଙ୍କ ବର୍ଷେ ପାଇଁ ଆଇନ ଉପରେ ରୋକ ଲଗାଇବା ପ୍ରସ୍ତାବକୁ ଖାରଜ କଲା କୃଷକ ସଂଗଠନ

indiatoday

ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଏବଂ ଚାଷୀ ସଂଗଠନଗୁଡ଼ିକ ମଧ୍ୟରେ ଆଜି ଦଶମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଆରମ୍ଭ ପରେ ପୂର୍ବ ଭଳି ଦୁଇ ପକ୍ଷ ନିଜ ନିଜ ଜିଦରେ ଅଟଳ ରହିଥିଲେ। ସରକାର ସଂଶୋଧନ ପ୍ରସ୍ତାବ ଦେବା ସହ କୃଷକ ସଂଗଠନ ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ଏହି କାରଣ ପାଇଁ ଶେଷରେ କୌଣସି ସମାଧାନର ବାଟ ବାହାରିପାରିନଥିବା ଜଣାପଡ଼ିଛି। ସରକାର ଚାଷୀଙ୍କୁ ରାଜି କରାଇବା ପାଇଁ ବର୍ଷେ ପାଇଁ ଆଇନ ଉପରେ ରୋକ ଲଗାଇବା ପାଇଁ ପ୍ରସ୍ତାବ ଦେବା ସହ କମିଟି ଗଠନ ପାଇଁ କହିଥିଲେ। ହେଲେ କୃଷକ ସଂଗଠନ ସରକାରଙ୍କ ଏହି ପ୍ରସ୍ତାବକୁ ଖାରଜ କରି ଦେଇଥିଲେ। ଏବେ ଆଗାମୀ ପର୍ଯ୍ୟାୟ ବୈଠକ ଜାନୁଆରି ୨୨ରେ ହେବ।

ଉଲ୍ଲେଖଯୋଗ୍ୟ, ଚାଷୀ ଆନ୍ଦୋଳନକୁ ନେଇ ଲାଗିରହିଥିବା ଅଚଳାବସ୍ଥାର ଅବସାନ ପାଇଁ ସୁପ୍ରିମ୍‌ କୋର୍ଟ ୪ ଜଣିଆ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଥିଲେ। ହେଲେ କମିଟି ଗଠନର ଗୋଟେ ଦିନ ପରେ‌ ଭାରତୀୟ କିଶାନ ୟୁନିୟନ୍‌ର ଅଧ୍ୟକ୍ଷ ଭୂପିନ୍ଦର ସିଂହ ମାନ୍‌ କମିଟିରୁ ଓହରି ଯାଇଥିଲେ। ଜଣେ ଚାଷୀ ନେତା ଭାବେ ଚାଷୀଙ୍କର ପ୍ରତ୍ୟେକ ସମସ୍ୟାରେ ସେ ଦୃଢ଼ ଭାବେ ରହିଛନ୍ତି ଏବଂ ଏଥିପାଇଁ ସେ କୌଣସି ପଦ ଛାଡ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ପଞ୍ଜାବର କୃଷକଙ୍କ ସ୍ବାର୍ଥ ପାଇଁ ମୁଁ କାମ କରୁଛି ଏବଂ ଏହା ଜାରି ରହିବ ବୋଲି କହି ସେ କମିଟିରୁ ଓହରି ଯାଇଥିଲେ।

किसानों और सरकार के बीच बातचीत का एक और दौर (फाइल) aajtak

କମିଟିରେ ଥିବା ସଦସ୍ୟ କୃଷି ଆଇନକୁ ସମର୍ଥନ କରୁଥିବା ବେଳେ ସେମାନେ କିଭଳି ଆମ ସମସ୍ୟାର ସମାଧାନ କରିବେ ବୋଲି ପ୍ରଶ୍ନ କରିଥିଲେ ଚାଷୀ। ଏହା ସହ ଆଉ ଥରେ ନୂଆ ସଦସ୍ୟଙ୍କ ସହ କମିଟି ଗଠନ କରିବାକୁ କହିଥିଲେ। ଆଜିର ବୈଠକରେ କୌଣସି ସମାଧାନର ବାଟ ବାହାରିପାରିନଥିବା ବେଳେ ଏହି ଆନ୍ଦୋଳନ କେଉଁ ମୋଡ଼ ନେବ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe