ନକ୍ସଲ ବିରୋଧୀ ଅଭିଯାନ ପାଇଁ ଜୁନ୍‌ରେ ବୈଠକ

ଛତିଶଗଡ଼ରେ ସୁରକ୍ଷାବାହିନୀ ସହ ନକ୍ସଲ ମୁହାଁମୁହିଁ; ପୁଲିସର ଗୁଳିରେ ୪ ମାଓବାଦୀ ଆହତ

Telangana Today

ନୂଆଦିଲ୍ଲୀ : ଆସନ୍ତା ମାସରେ ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ମଧ୍ୟରେ ନକ୍ସଲ ବି‌ରୋଧୀ ଅଭିଯାନ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ରାଜ୍ୟ ମଧ୍ୟରେ ସମନ୍ବୟ ସ୍ଥାପନ ଏହି ବୈଠକର ମୂଳ ଲକ୍ଷ୍ୟ।

କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରସ୍ତାବିତ ବୈଠକରେ ନକ୍ସଲମାନଙ୍କ ଦ୍ବାରା ତ୍ରି ଛକ (କର୍ଣ୍ଣାଟକ-କେରଳ-ତାମିଲନାଡ଼ୁ) ଗଠନ କରାଯାଇ ନୂଆ ଇଲାକାରେ ନିଜର ଉପସ୍ଥିତି ଜାହିର କରିବାର ପ୍ରୟାସ ଉପରେ ସଂପୂର୍ଣ୍ଣରୂପେ ଅଙ୍କୁଶ ଲଗାଇବା ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ। ଉପରୋକ୍ତ ରାଜ୍ୟମାନଙ୍କ ସହିତ କେନ୍ଦ୍ର ସରକାର ନିୟମିତ ଯୋଗାଯୋଗରେ ରହିଥିବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟର ଜଣେ ପଦସ୍ଥ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe