ହାଇଦ୍ରାବାଦ୍‌ ମହିଳାଙ୍କ ମୃତ୍ୟୁ ପରେ ପରିବାରର ୧୭ ଜଣ ଭାଇରସ୍‌ ଆକ୍ରାନ୍ତ

Advertisment

ମେଘାଳୟର ପ୍ରଥମ କୋଭିଡ-୧୯ ପିଜିଟିଭ ଡାକ୍ତର ମୃତ

ମେଘାଳୟର ପ୍ରଥମ କୋଭିଡ-୧୯ ପିଜିଟିଭ ଡାକ୍ତର ମୃତ

ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ୍

Photo: VCU News

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ରେ ଜଣେ ୬୫ ବର୍ଷୀୟା ମହିଳାଙ୍କର ଗତ ୧୧ ତାରିଖରେ କ‌ରୋନାରେ ମୃତ୍ୟୁ ହୋଇଥିଲା। ତେବେ ଏହି ମହିଳାଙ୍କ ମୃତ୍ୟୁପରେ ତାଙ୍କ ପରିବାରରେ ସମୁଦାୟ ୧୭ ଜଣ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ତେଲେଙ୍ଗାନାରେ ଗୋଟିଏ ପରିବାରରେ ଏକାଧିକ ଲୋକ କ‌ରୋନା ଆକ୍ରାନ୍ତ ହେବାରେ ଏହା ସର୍ବାଧିକ। ଉକ୍ତ ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ଏବଂ ପଡ଼ୋଶୀଙ୍କୁ ମିଶାଇ ପ୍ରାୟ ୪୧ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଏହାପରେ ମହିଳାଙ୍କ ପରିବାରର ୨ ନାବାଳକଙ୍କ ସମେତ ସମୁଦାୟ ୧୭ ଜଣ ଭାଇରସ୍‌ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଆକ୍ରାନ୍ତଙ୍କୁ ଗାନ୍ଧୀ ହସ୍ପିଟାଲ୍‌କୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଅନ୍ୟମାନଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି। ସରକାର ଉକ୍ତ ମହିଳା ରହୁଥିବା ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରିଛନ୍ତି।

ମେଘାଳୟର ପ୍ରଥମ କୋଭିଡ-୧୯ ପିଜିଟିଭ ଡାକ୍ତର ମୃତ

ଗୁଆହାଟି : ମେଘାଳୟର ପ୍ରଥମ କୋଭିଡ-୧୯ ପଜିଟିଭ ଚିହ୍ନିତ ଡାକ୍ତରଙ୍କର ଆଜି ମୃତ୍ୟୁ ଘଟିଛି। ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କ ପରିବାରର ୬ ଜଣ ସଦସ୍ୟଙ୍କର ମଧ୍ୟ କୋଭିଡ-୧୯ ପିଜିଟିଭ ଆସିଛି। ସୂଚନାଯୋଗ୍ୟ, ଶିଲଂର ବେଥାନି ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କର ଗତକାଲି କୋଭିଡ-୧୯ ପିଜିଟିଭ ଆସିଥିଲା। ଏହି ଡାକ୍ତରଙ୍କ କୌଣସି ଭ୍ରମଣ ଇତିହାସ ନାହିଁ। ସେ ଅତୀତରେ କୌଣସି ସ୍ଥାନକୁ ଭ୍ରମଣ କରି ନଥିଲେ। ମେଘାଳୟ ମୁଖ୍ୟମନ୍ତ୍ରୀ କନ୍‌ରାଡ ସାଙ୍ଗମା ଟ୍ବିଟ୍‌ କରି ଜଣାଇଛନ୍ତି, ରାଜ୍ୟର ପ୍ରଥମ କରୋନା ଭାଇରସ ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁରେ ସେ ଗଭୀର ମର୍ମାହତ। ମୁଖ୍ୟମନ୍ତ୍ରୀ ସାଙ୍ଗମା ସ୍ବର୍ଗତ ଡାକ୍ତରଙ୍କ ପରିବାର ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ କରୋନା ଭାଇରସ ମୁକାବିଲା ନେଇ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୨ କିମ୍ବା ତା' ପୂର୍ବରୁ ଯେଉଁମାନେ ବେଥାନି ହସ୍ପିଟାଲ୍‌କୁ ଆସିଛନ୍ତି ସରକାର ସେମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ଏବଂ ହସ୍ପିଟାଲ୍‌କୁ ସିଲ୍‌ କରାଯିବା ସହ ଏଠ‌ାରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇ ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe