ମେଘାଳୟରେ ‘ସିଏଏ’ ସଂଘର୍ଷ ଯୋଗୁଁ ଜଣେ ମୃତ; ୬ଟି ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ବନ୍ଦ

Advertisment
ମେଘାଳୟରେ ‘ସିଏଏ’ ସଂଘର୍ଷ ଯୋଗୁଁ ଜଣେ ମୃତ; ୬ଟି ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ବନ୍ଦ

Image Source: India Today

ଶିଲଂ: ପୂର୍ବ ଖାସି ହିଲ୍‌ସ୍‌ ଜିଲ୍ଲାରେ ‘ଖାସି ଛାତ୍ର ସଂଘ’ ଏବଂ ଅଣ-ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଜଣଙ୍କର ମୃତ୍ୟୁ ହେବାରୁ ମେଘାଳୟ ସରକାର ଛଅଟି ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିଛନ୍ତି।

ଶୁକ୍ରବାର ଦିନ ଇଚ୍ଛାମତୀ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଏବଂ ଇନର୍‌ ଲାଇନ୍‌ ପର୍ମିଟ୍‌ ସମର୍ଥକମାନଙ୍କର ବୈଠକ ଚାଲିଥିବା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ଏହି ସଂଘର୍ଷରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଜଣକ ହେଉଛନ୍ତି ‘ଖାସି ଛାତ୍ର ସଂଘ’ର ସଦସ୍ୟ ଲୁର୍ଶାଇ ହିୟାନିଏତ୍ୱା। ଏହି ସଂଘର୍ଷ ସମୟରେ କେତେକ ପୁଲିସ ମଧ୍ୟ ଆହତ ହୋଇଥିବା କୁହାଯାଉଛି।

publive-image Image Source: The Indian Express

ପରିସ୍ଥିତିକୁ ଆୟତ୍ତାଧୀନ ରଖିବାକୁ ରାଜ୍ୟ ସରକାର ପୂର୍ବ ଜୈନ୍ତିଆ ହିଲ୍‌ସ୍‌, ପଶ୍ଚିମ ଜୈନ୍ତିଆ ହିଲ୍‌ସ୍‌, ପୂର୍ବ ଖାସି ହିଲ୍‌ସ୍‌, ରି ଭୋଇ, ପଶ୍ଚିମ ଖାସି ହିଲ୍‌ସ୍‌ ଏବଂ ଦକ୍ଷିଣ ଖାସି ହିଲ୍‌ସ୍‌ ଜିଲ୍ଲାରେ ଶୁକ୍ରବାର ରାତିଠାରୁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିଛନ୍ତି। ଆଗାମୀ ୪୮ ଘଣ୍ଟାଯାଏଁ ଏହି ସେବା ବନ୍ଦ ରହିବ।

ଏହାଛଡ଼ା ଆଞ୍ଚଳିକ ପ୍ରଶାସନ ମଧ୍ୟ ସିଲଂ ଏବଂ ଏହାର ପାଶ୍ୱବର୍ତ୍ତୀ ଇଲାକାମାନଙ୍କରେ କର୍ଫ୍ୟୁ ଜାରି କରିଥିଲେ। ଏହା ଫେବ୍ରୁଆରି ୨୮ ତାରିଖ ରାତି ୧୦ଟାରୁ ଫେବ୍ରୁଆରି ୨୯ ତାରିଖ ସକାଳ ୮ଟା ଯାଏଁ ବଳବତ୍ତର ଥିଲା।

ସମ୍ପୃକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ସିଏପିଏଫ୍‌ କର୍ମଚାରୀ ମୁତୟନ କରାଯାଇଛି। ମେଘାଳୟର ମୁଖ୍ୟମନ୍ତ୍ରୀ କନାର୍ଡ ସାଙ୍ଗମା ଏହି ଘଟଣାର ତଦନ୍ତ ଆରମ୍ଭ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe