ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେବାରେ ଇଂଲଣ୍ଡ୍‌ ରାଜ ପରିବାର ପ୍ରଥମ ସଦସ୍ୟା ହେଉଛନ୍ତି ମେଘାନ୍‌ ମାର୍କଲ୍‌

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେବାରେ ଇଂଲଣ୍ଡ୍‌ ରାଜ ପରିବାର ପ୍ରଥମ ସଦସ୍ୟା ହେଉଛନ୍ତି ମେଘାନ୍‌ ମାର୍କଲ୍‌

Image Courtesy of India Today

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍‌ ଦେବାରେ ଇଂଲଣ୍ଡ୍‌ର ଆଧୁନିକ ରାଜ ପରିବାରର ପ୍ରଥମ ସଦସ୍ୟା ହେଉଛନ୍ତି ମେଘାନ୍ ମାର୍କଲ୍‌। ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ମେଘାନ୍‌ ‌ଏହି ନିର୍ବାଚନରେ ଭୋଟ୍ ଦେଇଛନ୍ତି। କିନ୍ତୁ, ସେ ନିର୍ବାଚନ ଦିବସ ଅବ୍ୟବହିତ ପୂର୍ବରୁ ଭୋଟ୍‌ ଦେଇଛନ୍ତି, କି କାଲିଫର୍ଣ୍ଣିଆ ଅନ୍ତର୍ଗତ ସାନ୍ତା ବାର୍ବରାରେ ଥିବା ତାଙ୍କ ଘର ପାଖ କେନ୍ଦ୍ରରେ ଭୋଟ୍‌ ଦେଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

ରାଜ ଦମ୍ପତି ମେଘାନ୍‌ ଏବଂ ହ୍ୟାରିଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି ଯେ, ନିର୍ବାଚନର ଘଟଣାବଳୀ ଉପରେ ସେମାନେ ବିଶେଷ ଦୃଷ୍ଟି ରଖିଛନ୍ତି। ସେ କହିଛନ୍ତି, ନିର୍ବାଚନରେ ସେମାନେ ଖୁବ୍‌ ଆଗ୍ରହ ଦେଖାଉଛନ୍ତି। ମୁଁ ନିଶ୍ଚିତ ଯେ, ସେମାନେ ଉତ୍କଣ୍ଠାର ସହ ଫଳାଫଳକୁ ଅପେକ୍ଷା କରିଛନ୍ତି। ଉଭୟ ଘରେ ଥାଇ ନିର୍ବାଚନ କଭରେଜ୍‌ ଓ ଫଳାଫଳ ଦେଖି‌ବେ।

publive-image Image Courtesy of New York Daily News

ଏଥର ନିର୍ବାଚନରେ ବହୁସଂଖ୍ୟାରେ ଭୋଟ୍ ଦେବା ନିମନ୍ତେ ମେଘାନ୍‌ ଓ ତାଙ୍କ ସ୍ବାମୀ ହ୍ୟାରି ଜନତାଙ୍କୁ ନିବେଦନ କରିଥିଲେ। ହ୍ୟାରି ବ୍ରିଟିସ୍‌ ନାଗରିକ ହୋଇଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ନିର୍ବାଚନରେ ଭୋଟ୍‌ ଦେବାକୁ ଅଯୋଗ୍ୟ ହୋଇଥିଲେ ମଧ୍ୟ ଏଥର ଭୋଟ୍‌ ଦେବା କେତେ ଗୁରୁତ୍ବପୂର୍ଣ୍ଣ ସେ ସମ୍ପର୍କରେ ଆଲୋଚନା କରୁଥିଲେ।

ନିକଟରେ ଦେଇଥିବା ଏକ ସାକ୍ଷାତ୍‌କାରରେ ହ୍ୟାରି କହିଥିଲେ, ରାଜ ପରିବାର ସଦସ୍ୟ ହୋଇଥିବାରୁ ଜୀବନକାଳ ମଧ୍ୟରେ ସେ କୌଣିସ ନିର୍ବାଚନରେ ଭୋଟ୍‌ ଦେଇନାହାନ୍ତି। ରାଜ ପରିବାର ରାଜନୈତିକ ବ୍ୟାପାରରୁ ଦୂରେଇ ରହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe